ସାଂସଦ ପ୍ରାର୍ଥୀ ଘୋଷଣା ପରେ କନ୍ଧମାଳ ବିଜେପିରେ କନ୍ଦଳ

ଫୁଲବାଣୀ: ସାଂସଦ ପ୍ରାର୍ଥୀ ଘୋଷଣା ପରେ କନ୍ଧମାଳ ବିଜେପିରେ କନ୍ଦଳ । ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମୀ । ଫୁଲବାଣୀ ପୌର ପରିଷଦ ବିଜେପି ଅଧ୍ଯକ୍ଷା ସ୍ମିତାରାଣୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୁକାନ୍ତଙ୍କ ପାର୍ଥିତ୍ବକୁ ବିରୋଧ କରିଛନ୍ତି । ସେ କହିଛନ୍ତି ସୁକାନ୍ତ ଜଣେ ହାରୁ ନେତା । ବିଗତ ନିର୍ବାଚନରେ ସେ ନିଜ ଅଞ୍ଚଳରୁ ବିଧାୟକ ପ୍ରାର୍ଥୀ ଓ ୨୦୧୪ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୋଇ ତିନି ନମ୍ବରରେ ରହିଥିଲେ । ଏଭଳି ନେତାଙ୍କୁ କାହିଁକି ପୁଣିଥରେ ପ୍ରାର୍ଥୀ କରାଗଲା ବୋଲି ରାଜ୍ଯ ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଛନ୍ତି ଖୋଦ୍ ବିଜେପି କର୍ମୀ । ଦଳୀୟ ନିଷ୍ପତ୍ତି ନବଦଳିଲେ ଲକ୍ଷ୍ମଣ ସେନା ତରଫରୁ ଅଲଗା ପ୍ରାର୍ଥୀ ଦିଆଯିବ ବୋଲି ବିଜେପି କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି ।