ଶଙ୍ଖ ଭବନରେ କାମ୍ପୋ ସମ୍ପ୍ରଦାୟ, ମୁଖ୍ୟମନ୍ତ୍ରୀ 5T ସଚିବଙ୍କୁ ଦେଲେ ଧନ୍ୟବାଦ

1 min read

ଭୁବନେଶ୍ବର: ଶଙ୍ଖ ଭବନରେ ଗଜପତି ଜିଲ୍ଲା କାମ୍ପୋ ସମ୍ପ୍ରଦାୟ ଅଧିବାସୀ । ସମସ୍ତଙ୍କୁ ଶଙ୍ଖ ଭବନକୁ ଆଣିଛନ୍ତି ତିରୁପତି ପାଣିଗ୍ରାହୀ । କିଛି ଦିନ ତଳେ 5T ସଚିବ ଭି କେ ପାଣ୍ଡିଆନ ଗଜପତି ଯାଇ କୃଷ୍ଣ ସାଗର, ରାମ ସାଗର ସମେତ ଛେଳିଗଡ଼ ପରି ଅନେକ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସବୁ ପ୍ରକଳ୍ପର ଉନ୍ନତି ପାଇଁ ଫାଇଭ-ଟି ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବା ପରେ ଅନୁଦାନ ମଧ୍ୟ ଦିଆଯାଇଛି ।

ଜଳସେଚନ ପାଇଁ ମିଳିଥିବା ଅନୁଦାନ ଦ୍ବାରା ଚାଷ ଉପରେ ନିର୍ଭର କରୁଥିବା କାମ୍ପୋ ସମ୍ପ୍ରଦାୟ ଲାଭବାନ ହେବେ। ଏଥି ସହ କାମ୍ପୋକୁ OBC ତାଲିକାରେ ସାମିଲ ପାଇଁ ବି ସୁପାରିସ ହୋଇଛି । ଏସବୁ ଯୋଜନା ଓ ଉଦ୍ୟମ ପାଇଁ କାମ୍ପୋ ସଂପ୍ରଦାୟ ଲୋକ ଶଙ୍ଖ ଭବନକୁ ଧନ୍ୟବାଦ ଜଣାଇବାକୁ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, 5T ସଚିବ, ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।