ସଞ୍ଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ସହ ସଂଗ୍ରାମ କରି ଫେରିଲେ କାମିନୀକାନ୍ତ ସ୍ୱାଇଁ

କେନ୍ଦ୍ରାପଡ଼ା: ସଞ୍ଜୀବନୀ ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଜୀବନ ସହିତ ସଂଗ୍ରାମ କରି ସୁସ୍ଥ ହୋଇ ଫେରିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଡାହାଳପୁରର କାମିନୀକାନ୍ତ ସ୍ୱାଇଁ । କାମିନୀକାନ୍ତଙ୍କ ବୟସ ୩୫ ବର୍ଷ । କାମିନୀକାନ୍ତ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଏହା ସହ ମୁତ୍ରାଶୟରେ ପଥର ଲାଖି ଯାଇଥିଲା । ପରିଶ୍ରା କରିବା ପାଇଁ ଅସୁବିଧା ହେବା ସହ କିଡନୀ ଖରାପ ହୋଇଥିଲା । ଏ ନେଇ ଓଡ଼ିଶା ମୋ ପରିବାର ମେଡିକାଲ ସଂଯୋଜକ ସହିତ ଯୋଗାଯୋଗ କରିବା ପରେ ଏକ ଘରୋଇ ହସ୍ପିଟାଲରେ ଆଡମିସନ ହୋଇଥିଲେ । ଦୀର୍ଘ ୧୧ ଦିନ ଧରି ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ତାଙ୍କୁ ଚିତ୍କିସା କରିଥିଲେ । ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କାମିନୀକାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କାମିନୀକାନ୍ତ ଓ ତାଙ୍କ ପରିବାର ।