Tokyo Olympics 2020: ମହିଳା ଡିସକସ୍ ଥ୍ରୋ ଫାଇନାଲ, ଷଷ୍ଠ ସ୍ଥାନରେ ରହିଲେ ଭାରତର କମଲପ୍ରୀତ କୌର
1 min readଟୋକିଓ: ହାତ ଛଡ଼ା ହେଲା ଆଉ ଏକ ପଦକ । ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର । ପ୍ରଥମ ରାଉଣ୍ଡରେ ୬୧.୬୨ ମିଟରର ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୟୁଏସ୍ଏର ପ୍ରତିଯୋଗୀ ଭାଲାରୀ ଅଲ୍ମାନ ୬୮.୯୮ ମିଟର ଥ୍ରୋ କରିବା ସହ ପ୍ରଥମ ସ୍ଥାନରେ ରହିଥିଲେ । ସେହିଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା କମଲପ୍ରୀତ କୌର ସପ୍ତମ ସ୍ଥାନରେ ରହିଥିଲେ । ଅପରପକ୍ଷରେ ୬୮.୯୮ ମିଟର ବେଷ୍ଟ ଥ୍ରୋ ସହ ପ୍ରଥମ ସ୍ଥାନ ବଜାୟ ରଖିଥିଲେ ୟୁଏସଏ ଖେଳାଳି । କ୍ୟୁବା ପ୍ରତିଯୋଗୀ ୟାମୀ ପ୍ରୀଜ୍ ୬୫.୭୨ ମିଟର ଥ୍ରୋ ସହ ଦ୍ୱିତୀୟ ଓ ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୫.୩୪ ମିଟର ଥ୍ରୋ ସହ ତୃତୀୟ ସ୍ଥାନରେ ରହିଥିଲେ । ତେବେ ୬୩.୭୦ମିଟରର ବେଷ୍ଟ ଥ୍ରୋ ସହ ଷଷ୍ଠ ସ୍ଥାନରେ ରହିଥିଲେ କମଲପ୍ରୀତ କୌର ।
Throwing the discus from the #Olympics field to your TV screens! ?
Kamalpreet Kaur, take a bow! ?#StrongerTogether | #UnitedByEmotion | #Tokyo2020 pic.twitter.com/jsM7mTJa24
— Olympic Khel (@OlympicKhel) August 2, 2021
ତେବେ ଖେଳ ଶେଷ ବେଳକୁ ୟୁଏଏସ୍ର ଆଲମନ୍ ୬୮.୯୮ ମିଟରର ବେଷ୍ଟ ଥ୍ରୋ ସହ ସ୍ୱର୍ଣ୍ଣ, ଜର୍ମାନୀର କ୍ରିଷ୍ଣନ୍ ପୁଡେଞ୍ଜ ୬୬,୮୬ ମିଟର ଥ୍ରୋ ସହ ରୌପ୍ୟ ଓ କ୍ୟୁବାର ୟାମୀ ପ୍ରୀଜ୍ ୬୫,୭୨ର ବେଷ୍ଟ ଥ୍ରୋ ସହ ତୃତୀୟ ସ୍ଥାନରେ ରହିଛନ୍ତି ।