ଭାରତ ଯୋଡ଼ୋ ଯାତ୍ରା ଭିତରେ ରାଜସ୍ଥାନ ରାଜନୀତିରେ ହଲଚଲ, କ୍ଷମା ମାଗିଲେ ଗେହଲଟ

ଜୟପୁର: ରାଜସ୍ଥାନ ରାଜନୀତି ଦିଲ୍ଲୀରେ ପହଞ୍ଚିଛି। ଘଡ଼ିକେ ଛୁଟୁଛି ଘୋଡ଼ା ।  କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ଷମା ମାଗିଥିବା ସୂଚନା ମିଳିଛି । ଜୟପୁରରୁ ଦିଲ୍ଲୀ ଫେରିବା ପରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ଓ ଅଜୟ ମାକେନ।

ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ସମସ୍ତ ତଥ୍ୟ ସୋନିଆଙ୍କୁ ଦେଇଛନ୍ତି ।  ସେମାନେ ପୂର୍ବରୁ ପ୍ରତାପ ଖାଚିରିୟାଓ୍ବାସ ଓ ଶାନ୍ତି ଧରିଓ୍ବାଲଙ୍କ ସହ ଆଲୋଚନା କରିଥିଲେ । ମାକେନ କହିଛନ୍ତି ଗେହଲଟ ଅନୁଗତ ବିଧାୟକଙ୍କ ବୈଠକ ଦଳୀୟ ବିଶୃଙ୍ଖଳାର ନିଦର୍ଶନ । ସେପଟେ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପ୍ରସଙ୍ଗରେ ସୋନିଆଙ୍କୁ ବି ଭେଟିଛନ୍ତି କମଲନାଥ ।

ସେହିପରି ବରିଷ୍ଠ ନେତା କେ.ସି. ଭେନୁଗୋପାଲ ଓ ବରିଷ୍ଠ ମନ୍ତ୍ରୀ ରାମେଶ୍ବରଲାଲ ଦୁଦି ମଧ୍ୟ ସୋନିଆଙ୍କୁ ଭେଟିଛନ୍ତି ।