କମଲନାଥ ‘ହାତ’ ଛାଡି ‘ପଦ୍ମ’ ଧରିବେ କି ? X ପ୍ରଫାଇଲରୁ ହଟିଲା କଂଗ୍ରେସ

1 min read

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ  । ଲୋକସଭା ନିର୍ବାଚନ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏଠାରେ ପହଞ୍ଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପଦ୍ମ ପୋଖରୀରେ ସାମିଲ ହେବେ  । ସାଂସଦ ପୁଅ ନକୁଳ ନାଥଙ୍କ ସହ ସେ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି  । ୧୭ ଫେବୃଆରୀ ପୂର୍ବରୁ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି କମଲନାଥ  । ସେ ଆଜି ପୁଅ ସହ ଦିଲ୍ଲୀ ଗସ୍ତ କରିପାରନ୍ତି  ।

ସେପଟେ ସାଂସଦ ନକୁଲନାଥ X ପ୍ରଫାଇଲରୁ କଂଗ୍ରେସର ଚିହ୍ନ ହଟାଇ ଦେଇଛନ୍ତି  । ଅନ୍ୟପଟେ ପୂର୍ବତନ ମୁଖ୍ୟମନତ୍ରୀ ଦିଗବିଜୟ ସିଂ କହିଛନ୍ତି କମଲନାଥଙ୍କ ସହ ଆଲୋଚନା ହୋଇଛି  । ସେ ଏବେ ଛିନ୍ଦୱାଡାରେ ଅଛନ୍ତି   । ନିଜ ରାଜନୈତିକ କ୍ୟାରିଅର ନେହେରୁ ଓ ଗାନ୍ଧୀଙ୍କ ସହ ଆରମ୍ଭ କରିଥିବା ବ୍ୟକ୍ତି ଏକଦା ଇନ୍ଦିରାଙ୍କ ସହ ମିଶି ବିଜେପିକୁ ଚେକ୍‌ ଦେଇଛନ୍ତି  । ସେହି ବ୍ୟକ୍ତି ଗାନ୍ଧୀ ପରିବାରର ହାତ ଛାଡିଦେବା କଥା ସମ୍ପୂର୍ଣ୍ଣ ଅବିଶ୍ବସନୀୟ  ।