ତାରକା ପ୍ରଚାରକ ତାଲିକାରୁ କମଲନାଥ ବାଦ୍ ହେବା ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ କ୍ଷମତା ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ଏହି ନିର୍ବାଚନରେ ପ୍ରଚାର କରୁଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଜଣେ ବିଜେପି ପ୍ରାର୍ଥିନୀଙ୍କୁ ଆଇଟମ୍ କହିଥିଲେ । ଏହାକୁ ସବୁ ବର୍ଗରୁ ବିରୋଧ ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ଅନୁରୋଧ କରାଯାଇଥିଲା । ଏହିସବୁ ଅଭିଯୋଗକୁ ଭିତ୍ତିକରି ନିର୍ବାଚନ କମିଶନ କମଲନାଥଙ୍କୁ ତାରକା ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଏକ ପ୍ରକାର ଖାରଜ କରିଛନ୍ତି । କାହାକୁ ତାରକା ପ୍ରଚାରକ ତାଲିକାରୁ ବାଦ୍ କରିବାର କ୍ଷମତା ନିର୍ବାଚନ କମିଶନଙ୍କ ନାହିଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ । ସେ କହିଛନ୍ତି ଯେ, ବାହାର କରିବାକୁ ନିର୍ବାଚନ କମିଶନ କିଏ ? ସେ କ’ଣ କୌଣସି ରାଜନୈତିକ ଦଳର ମୁଖ୍ୟ । ଗୋଟିଏ ରାଜନୈତିକ ଦଳର କିଏ ସଦସ୍ୟ, ପ୍ରଚାରକ ଇତ୍ୟାଦି ହେବ, ସେ କଥା ନିର୍ଦ୍ଧାରଣ କରିବାକୁ ନିର୍ବାଚନ କମିଶନ କିଏ ବୋଲି ପ୍ରଶ୍ନ କରାଯାଇଛି ।

Centre Ready To Waive Interest On Interest During Six Month Moratorium

ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ୨୨ ସହଯୋଗୀ ବିଧାୟକ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ । ଏହା ପରେ କ୍ଷମତାରେ ଥିବା ମଧ୍ୟପ୍ରଦେଶର କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା । ଦଳ ତ୍ୟାଗ କରିଥିବାରୁ କଂଗ୍ରେସ ବିଧାୟକମାନଙ୍କର ସଭ୍ୟପଦମଧ୍ୟ ବାତିଲ ହୋଇଥିଲା । ଯାହା ଫଳରେ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନଗୁଡିକରେ ନିର୍ବାଚନ ଆବଶ୍ୟକ ହେଲା ।

 

Leave a Reply