ସଂସଦୀୟ କ୍ୟାରିୟରେ ପାଦଦେଲେ ସୁପରଷ୍ଟାର କମଲ ହାସନ, ରାଜ୍ୟସଭାରେ ତାମିଲରେ ନେଲେ ଶପଥ

1 min read

ନନ୍ଦିଘୋଷ ବ୍ୟୁରୋ :  ସଂସଦୀୟ କ୍ୟାରିୟରେ ପାଦଦେଲେ ସୁପରଷ୍ଟାର କମଲ ହାସନ। ରାଜ୍ୟସଭାରେ ଆଜି ଶପଥ ନେଇଛନ୍ତି କମଲ ହାସନ। ତାମିଲ ଭାଷାରେ ସେ ଶପଥପାଠ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଅଭିନେତା କହିଛନ୍ତି- ସେ ଜଣେ ଭାରତୀୟ ଭାବେ ନିଜ କର୍ତ୍ତବ୍ୟ ତୁଲାଇବେ। ଗତ ଜୁନ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ କମଳ ହାସନ। ତାଙ୍କୁ ଡିଏମକେ ନେତୃତ୍ବାଧୀନ ମେଣ୍ଟ ସମର୍ଥନ କରିଥିଲା। ଡିଏମକେ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଥିଲା କମଳ ହାସନଙ୍କ ମକ୍କଲ ନିଧି ମାୟାମ ବା MNM। ଗତ ୨୦୨୪ ଲୋକସଭା ନିର୍ବାଚନରେ ଏମଏନଏମ ଦଳ ଡିଏମକେ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଥିଲା। ମେଣ୍ଟ ପୂର୍ବରୁ ସେ ଲୋକସଭା କିମ୍ବା ରାଜ୍ୟସଭାରେ ଲଢିବା ସମ୍ପର୍କରେ ତାଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଥିଲା। ତେବେ ସେ ରାଜ୍ୟସଭାରେ ଲଢିବା ଲାଗି ନିଷ୍ପତ୍ତି ନେଇଥିଲେ। ୨୦୧୮ରେ କମଲ ହାସନ ଡିଏମକେ ଓ ଏଆଇଏଡିଏମକେର ବିକଳ୍ପ ଭାବେ ଅଣଦ୍ରାବିଡ ଦଳ ଏମଏନଏମ ଗଠନ କରିଥିଲେ। ତେବେ ସେ ସର୍ବଦା ଡିଏମକେ ପ୍ରତି ସମର୍ଥନରେ ରହିଆସିଛନ୍ତି।