ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ

ଢେଙ୍କାନାଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା। ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ରେଡ ବେଳେ ତାଙ୍କଠାରୁ ଜବତ ହୋଇଥିଲା ବିପୁଳ ସମ୍ପତ୍ତି। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଭଦ୍ରକସ୍ଥିତ ପୈତୃକ ବାସଭବନ ସମେତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବରର ଗୋଟିଏ ଜାଗାରେ ହୋଇଥିଲା ରେଡ ।

ଭୁବନେଶ୍ଵର ଝାରପଡ଼ାରେ ଏକ ନିର୍ମାଣାଧିନ ତିନି ମହଲା କୋଠା, ଝାରପଡ଼ାରେ ଆଉ ଏକ କୋଠା, ଭଦ୍ରକ କୁଆଁସରେ ତିନି ମହଲା କୋଠା ଥିବା ଜଣାପଡିଛି। ଭଦ୍ରକ ଗେଲପୁରରେ ଗୋଟିଏ ନିର୍ମାଣାଧିନ ଦୁଇ ମହଲା କୋଠା ରହିଛି । ଭଦ୍ରକ ଜିଲ୍ଲା କପାଗାରିଆ ଗାଁ ପୈତୃକ ବାସଭବନ ଓ ବରୁଣାଇ ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ସେହିଭିଳ ଭଦ୍ରକର ଯୋରାଗାଡିଆ ଏବଂ ମୟୂରଭଞ୍ଜରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।