spot_img

Latest Posts

ସ୍ତ୍ରୀ ମାନ୍ୟତା ଦାବିରେ କୋଡିଏ ଦିନ ହେଲା ପ୍ରେମିକ ଘରେ ଭିନ୍ନକ୍ଷମ ଯୁବତୀଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗ ଥାନା ବସନ୍ତପଡା ଗାଁରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଯାଇଛି ଘର । ଅଗ୍ନିକାଣ୍ଡରେ ସ୍ତ୍ରୀ ମାନ୍ୟତା ଦାବିରେ କୋଡିଏ ଦିନ ହେବ ଧାରଣାରେ ବସିଥିବା ଦିବ୍ୟାଙ୍ଗ ପ୍ରେମିକା ଆହତ ହୋଇଛନ୍ତି । ଘରେ କେହି ନଥିବାବେଳେ ନିଆଁ ଲାଗିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏ ନେଇ ଥାନାରେ ପୃଥକ ପୃଥକ ମାମଲା ଦାଏର ହୋଇଛି। ଘରଟି ସୁବ୍ରତ ସାହୁଙ୍କର ହୋଇଥିବା ବେଳେ ତାଙ୍କୁ ଜାଳିଦେବା ଉଦେଶ୍ୟରେ ଘରେ ନିଆଁ ଲଗାଯାଇଥିବା ପ୍ରେମିକା ଅଭିଯୋଗ କରିଛନ୍ତି। ସେପଟେ କେହି ଦୁର୍ବୁତ୍ତ ଘରେ ନିଆଁ ଲଗାଇ ଦେଇଥିବା ସୁବ୍ରତଙ୍କ ମା ଅଭିଯୋଗ କରିଛନ୍ତି । ଯୁବତୀଙ୍କ କହିବାନୁଯାୟୀ ବସନ୍ତପଡା ଗାଁର ସୁବ୍ରତ ସାହୁଙ୍କ ସହ ଦେଢବର୍ଷ ହେବ ତାଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଭିନ୍ନ ଜାତିର ହୋଇଥିବାରୁ ସୁବ୍ରତଙ୍କ ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରୁନଥିଲେ । ତେବେ ଅଗ୍ନିକାଣ୍ଡ ପରେ ମଧ୍ୟ ଯୁବତୀ ଜଣକ ସ୍ତ୍ରୀ ମାନ୍ୟତା ଦାବିରେ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Latest Posts

Don't Miss