ମିଶନଶକ୍ତି ବିଭାଗ ପୁନଃଗଠନକୁ ବିରୋଧ କରି ସିଡିପିଓଙ୍କୁ ଦାବିପତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଗଠନ ନିଷ୍ପତ୍ତିକୁ ବିରୋଧ କରି କାମାକ୍ଷାନଗର ବ୍ଲକ ଓଡିଶା ଜୀବିକା ମିଶନ ମହିଳା ଗୋଷ୍ଠୀଙ୍କ ବିରୋଧ l ପୁନଃଗଠନ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ କାମାକ୍ଷାନଗର ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଜୀବିକା ମିଶନ ମହିଳା l କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୨୨ଟି ପଞ୍ଚାୟତରେ ୩୫୮ଜଣ ମହିଳା ଜୀବିକା ମିଶନ ମାଧ୍ୟମରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି l  ଏହି ଜୀବିକା ମିଶନରେ କାର୍ଯ୍ୟ କରୁଥିବା GPLF ଓ BLF ସ୍ତରରେ ଇସି ମାନଙ୍କୁ ବନ୍ଦ କରିବା ପାଇଁ ସରକାର ନୋଟିସ୍ ଜାରି କରିଛନ୍ତି l ଫଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜୀବିକା ମିଶନ ମାଧ୍ୟମରେ ଇସି ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ନିଜ ଚାକିରୀକୁ ନେଇ ସନ୍ଦେହ ଘେରରେ ଥିବାବେଳେ ମାନସିକ ଭାବେ ଯନ୍ତ୍ରଣା ପାଉଛନ୍ତି l ଯାହାକୁ ନେଇ ଆଜି ବ୍ଲକର ଜୀବିକା ମିଶନ ଇସି ସଂଘ ତରଫରୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ସରକାର ଏହି ନିଷ୍ପତ୍ତିକୁ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି l