କୁମ୍ଭାରଶାଳ ପୁନରୁଦ୍ଧାର ଦାବି

1 min read

କାମାକ୍ଷାନଗର: କୁମ୍ଭାରଶାଳ ପୁନରୁଦ୍ଧାର ଦାବି। ଅଚଳ କୁମ୍ଭାରଶାଳ ଜୀବନ ଜୀବିକାକୁ  ପ୍ରଭାବିତ କରୁଛି । ଢେଙ୍କାନାଳ କାମାକ୍ଷାନଗରର ପୁରାତନ କୁମ୍ଭାରଶାଳା ଅଧା ଭାଙ୍ଗିଗଲାଣି । କୁମ୍ଭାର ପରିବାର ପିଲା ଏଥିପାଇଁ ମାଟି କାମ କରିବାକୁ ଅରୁଚି ପ୍ରକାଶ କରୁଛନ୍ତି । ତୁରନ୍ତି ଏହାର ମରାମତି ଦାବି କରିଛନ୍ତି ସ୍ଥାନୀୟବାସିନ୍ଦା ।

ଲୋପ ପାଇବାକୁ ବସିଲାଣି ବହୁ ପୁରାତନ କୁମ୍ଭାରଶାଳ। ଢେଙ୍କାନାଳ କାମାକ୍ଷାନଗରରେ ୩୦ରୁ ଅଧିକ ପରିବାର ମାଟି ପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । କର୍ମଶାଳୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ସେଥିରେ କାମ କରିବାକୁ ଅମଙ୍କ ହେଉଛନ୍ତି ଆଗାମୀ ପିଢି । ରୋଜଗାର ଚିନ୍ତାରେ କୁମ୍ଭାର। ପାରମ୍ପରିକ କାର୍ଯ୍ୟରେ ମାଟି ପାତ୍ରର ଚାହିଦା ରହିଛି । ରାଜ୍ୟ ସରକାରଙ୍କ ସହଯୋଗରେ ୧୯୫୮ ମସିହାରେ ଆରମ୍ଭ ହୋଇଥିଲା ଏହି କୁମ୍ଭାରଶାଳ। ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନର ସହଯୋଗରେ କୁମ୍ଭାରଶାଳଟିର ମରାମତି କରାଯାଇଥିଲେ ମଧ୍ୟ ଏହେ ଏହା ଅଧାଭଙ୍ଗା ହୋଇପଡିଛି ।

ଆଜିକାଲି କୁମ୍ଭାର ପରିବାରର ଉଚ୍ଚ ଶିକ୍ଷିତ ପିଲାମାନେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ସଂସ୍ଥାରେ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ଯଦି ସରକାରଙ୍କ ପକ୍ଷରୁ ନୂତନ କୁମ୍ଭାରଶାଳ ତିଆରି କରାଯାଏ ତେବେ ଉଚ୍ଚ ଶିକ୍ଷିତ ଯୁବକ ମାନେ ନିଜ ବାପା ଅଜା କାଳର ଏହି କୌଳିକ ବୃତ୍ତିକୁ ଆପଣେଇ ନେବେ ବୋଲି ପ୍ରକାଶ କରିଛନ୍ତି । କୁମ୍ଭାରଶାଳକୁ ଭିଜିଟ୍ କରି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠି ପ୍ରତିଶ୍ରୁତି ଦେଇଛନ୍ତି l