ଟ୍ରେନ ଦୁର୍ଘଟଣାରେ ଜଣେ ମୃତ, ମିଳିଲା ପରିଚୟ
1 min read
ଚୌଦ୍ବାର : ନିର୍ଗୁଣ୍ଡି ନିକଟରେ ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଦୁର୍ଘଟଣାରେ ମୃତ ବରଣ କଣିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ଶୁଭଙ୍କର ରାୟ ଓ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି । ଶୁଭଙ୍କର ପରିବାର ସହ ବେଙ୍ଗାଲୁରୁରୁ ଅଲ୍ଲୀପୁର ଫେରୁଥିଲେ । ମା’ ଚିତ୍ରା ରୟଙ୍କ ହୃଦରୋଗ ଚିକିତ୍ସା ପାଇଁ ଯାଇଥିଲେ ଶୁଭଙ୍କର।
କଟକ ନିର୍ଗୁଣ୍ଡିରେ ଟ୍ରେନ ଦୁର୍ଘଟଣା । ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଟ୍ରେନ ନମ୍ବର ୧୨୫୫୧ ଲାଇନଚ୍ଯୁତ । ଟ୍ରାକରୁ ୧୧ଟି ଏସି ବଗି ଖସିବା ଫଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ଏସସିବି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ପ୍ରାୟ ୧୨ଟା ପାଖାପାଖି ଏହି ଦୁର୍ଘଟଣା ଘଟିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷତିଗ୍ରସ୍ତ ବଗି ଭିତରୁ ଏନଡିଆରଏଫ ଟିମ ଯାତ୍ରୀଙ୍କୁ ଉଦ୍ଧାର କରିଛି ।
ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପ୍ରାଥମିକତା ଦିଆଯାଉଛି । ତିନିଟି ଟ୍ରେନର ଗତିପଥ ବଦଳିଛି । ସେଗୁଡିକ ହେଲା ୧୨୮୨୨-ଧଉଳି ଏକ୍ସପ୍ରେସ, ୧୨୮୭୫-ନୀଳାଚଳ ଏକ୍ସପ୍ରେସ, ୨୨୬୦୬-ପୁରୁଲିଆ ଏକ୍ସପ୍ରେସର ଗତିପଥ ବଦଳିଛି ।
ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ଡେସ୍କ ନମ୍ବର ୮୧୧୪୩ ୮୨୩୭୧ ଜାରି କରାଯାଇଛି । ସେହିପରି ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ପାଇଁ ୮୪୫୫୮ ୮୫୯୯୯, ଭଦ୍ରକ ହେଲ୍ପ ଲାଇନ୍ ନମ୍ବର ୯୪୩୭୪ ୪୩୪୬୯, କଟକ ହେଲ୍ପ ଲାଇନ ନମ୍ବର ୭୨୦୫୧ ୪୯୫୯୧ଳ, ଭୁବନେଶ୍ବର ହେଲ୍ପ ଲାଇନ ନମ୍ବର ୮୪୫୫୮ ୮୫୯୯୯ ଜାରି କରାଯାଇଛି ।
ପଲାସା ହେଲ୍ପ ଲାଇନ ନମ୍ବର ୯୨୩୭୧ ୦୫୪୮୦, ଯାଜପୁର-କେନ୍ଦୁଝର ରୋଡ ହେଲ୍ପ ଲାଇନ୍ ନମ୍ବର ୯୧୨୪୬ ୩୯୫୫୮ ଓ ଖୋର୍ଦ୍ଧା ରୋଡ ହେ ହେଲ୍ପ ଲାଇନ ନମ୍ବର ୦୬୭୪୨ ୪୯୨୨୪୫ ଜାରି କରାଯାଇଛି ।