କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ: ଜଣେ ଯାତ୍ରୀଙ୍କ ମୃତ୍ୟୁ, ଦୁଇ ଆହତ; ବଦଳିଲା ୩ଟି ଟ୍ରେନର ଗତିପଥ

1 min read

ଚୌଦ୍ବାର: ମୁଣ୍ଡୁଳି ନିର୍ଗୁଣ୍ଡି ନିକଟରେ ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ୧୧ଟି ବଗି । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଯାତ୍ରୀ ଆହତ ହୋଇଥିବା ଯାତ୍ରୀଙ୍କ ପାଖରୁ ଶୁଣିବାକୁ ମିଳୁଛି । ତେବେ ମୃତାହତ ନେଇ ରେଳ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇଛି ।

ତେବେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏସସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଦୁଇ ଜଣ ଆହତ ଯାତ୍ରୀ ଏସସିବିରେ ଭର୍ତ୍ତି ହୋଇଛନ୍ତି ।

ରେଳ ବିଭାଗ ପକ୍ଷରୁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ହେଲପ୍ ଲାଇନ ଡେସ୍କ ନମ୍ବର ୮୧୧୪୩ ୮୨୩୭୧ ଜାରି କରାଯାଇଛି । ସେହିପରି ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ପାଇଁ ୮୪୫୫୮ ୮୫୯୯୯, ଭଦ୍ରକ ହେଲପ ଲାଇନ୍ ନମ୍ବର ୯୪୩୭୪ ୪୩୪୬୯, କଟକ ହେଲପ୍ ଲାଇନ ନମ୍ବର ୭୨୦୫୧ ୪୯୫୯୧ଳ, ଭୁବନେଶ୍ବର ହେଲପ ଲାଇନ ନମ୍ବର ୮୪୫୫୮ ୮୫୯୯୯ ଜାରି କରାଯାଇଛି ।

ପଲାସା ହେଲପ୍ ଲାଇନ ନମ୍ବର ୯୨୩୭୧ ୦୫୪୮୦, ଯାଜପୁର-କେନ୍ଦୁଝର ରୋଡ ହେଲପ୍ ଲାଇନ୍ ନମ୍ବର ୯୧୨୪୬ ୩୯୫୫୮ ଓ ଖୋର୍ଦ୍ଧା ରୋଡ ହେଲପ୍ ଲାଇନ ନମ୍ବର ୦୬୭୪୨ ୪୯୨୨୪୫ ଜାରି କରାଯାଇଛି ।

ଦୁର୍ଘଟଣା ସ୍ଥଳରେ DRM ଖୋର୍ଦ୍ଧାରୋଡ୍ ଏବଂ ପୂର୍ବତଟ ରେଲୱେ ଜିଏମ୍ ପହଁଚି ଛନ୍ତି । ଦୁର୍ଘଟଣା ପରେ ଉକ୍ତ ଲାଇନରେ ୩ଟି ଟ୍ରେନର ଗତିପଥ ବଦଳା ଯାଇଛି । ୧୨୮୨୨ ଧଉଳୀ ଏକ୍ସପ୍ରେସ, ୧୨୮୭୫ ନୀଳାଚଳ ଏକ୍ସପ୍ରେସ ଓ ୨୨୬୦୬ ପୁରୁଲିଆ ଏକ୍ସପ୍ରେସର ଗତିପଥ ବଦଳା ଯାଇଛି ।

 ତେବେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ଖରାରେ ଯାତ୍ରୀ ବାହାରେ ବସିଛନ୍ତି । ହେଲେ ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।