ଉପରମୁଣ୍ଡରେ ପ୍ରବଳ ବର୍ଷା, କଲମା ଡ୍ୟାମ ଗେଟ ଖୋଲିବା ପ୍ରକ୍ରିୟା ଆରମ୍ଭ
![](https://nandighoshatv.com/wp-content/uploads/2023/06/ଖୋଲିଲା-କଲମା-ଡ୍ୟାମର-ଗେଟ୍-1024x576.jpg)
ରାୟପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ କଲମା ଡ୍ୟାମର ଗେଟ୍ ଖୋଲା ପ୍ରକ୍ରିୟା ଆରମ୍ଭ କରିଛି ଛତିଶଗଡ । ଗତକାଲି ରାତି ପର୍ଯ୍ୟନ୍ତ କଲମା ଡ୍ୟାମର ୯ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିଥିବାରୁ କଲମା ଡ୍ୟାମ୍ ଗେଟ୍ ଖୋଲାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଦୁଇଦିନ ତଳେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ୧୦୦୦ ଘନଫୁଟରୁ କମ ଥିବା ବେଳେ, ଆଜି ହୀରାକୁଦକୁ ପ୍ରତି ସେକେଣ୍ଡରେ ଜଳ ପ୍ରବେଶର ମାତ୍ରା ୯୫୨୩କୁ ବୃଦ୍ଧି ପାଇଛି ।