କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

କାମାକ୍ଷାନଗର: ବଡ ଦୁଃଖଦ ଖବର । ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ। କଳିଙ୍ଗ ଟିଭିର କାମାକ୍ଷାନଗର ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ପରଲୋକ । ଆଜି ସକାଳ ୧୦ଟାରେ ଭୁବନ ବ୍ଲକ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରକୁ ଖବର ସଂଗ୍ରହ ନିମନ୍ତେ ମୋଟରସାଇକେଲ ଯୋଗେ ଭୁବନ ଆସୁଥିବା ସମୟରେ ଭୁବନ ଥାନା ନିକଟରେ ଅଜଣା ଗାଡି ଧକ୍କାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଯାହା ଫଳରେ ଯୁବ ସାମ୍ବାଦିକ ଏବଂ ତାଙ୍କ ସହିତ ଆସୁଥିବା ଭୋଉଣୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ଭୁବନ ପୋଲିସ ତାଙ୍କୁ ଉଦ୍ଧାର କରି ପୋଲିସ୍ ଭ୍ୟାନ୍ ରେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ଦୁଷ୍ମନ୍ତଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିଥିବାବେଳେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସାଥିରେ ସମ୍ପର୍କୀୟ ଭଉଣୀ କୁ ଆଣିଥିଲେ ।

ଦୁର୍ଘଟଣାରେ ଭଉଣୀର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ସମାଜସେବୀ ଓ ନିଷ୍ଠାବାନ ସାମ୍ବାଦିକ ଭାବେ କାମାକ୍ଷାନଗର ଓ ଭୁବନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଭୁବନ ସାମ୍ବାଦିକ ଭାଇମାନଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ।