ଚଣ୍ଡି ପାଠରେ ପ୍ରକମ୍ପିତ ହେଉଛି ସମସ୍ତ କାଳୀ ମନ୍ଦିର

1 min read

ଚଣ୍ଡି ପାଠରେ ପ୍ରକମ୍ପିତ ହେଉଛି ସମସ୍ତ କାଳୀ ମନ୍ଦିର । ଭଦ୍ରକରେ ଧୁମଧାମରେ ପାଳିତ ହେଉଛି କାଳୀପୂଜା । ମା ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ ।  ଚତୁର୍ଥ ଦିନରେ ଏଇ ବେଶ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ଭିଡ ଯମିଥିଲା ।

ମା ସିଂହବାହିନୀ ବେଶରେ ମାଙ୍କୁ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ମନୋସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି  । ସକାଳେ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତ ମାନେ  ଆସି ମାଆଙ୍କ କରୁଣା ଭିକ୍ଷା ଲାଭ କରିଥାନ୍ତି । ')}

Leave a Reply