ବିଶ୍ୱ ଦେଖିବ କଳାହାଣ୍ଡିର ବଜାଶାଲ ନୃତ୍ୟ: ସାଧାରଣତନ୍ତ୍ର ଦିବସ ପରେଡରେ ହେବ ପ୍ରଦର୍ଶିତ

ଭୁବନେଶ୍ୱର:  ବିଶ୍ୱ ଦେଖିବ କଳାହାଣ୍ଡିର ବଜାଶାଲ ନୃତ୍ୟ । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ କଳାହାଣ୍ଡିର ଲୋକନୃତ୍ୟ ବାଜାଶାଳ । ଆଉ ଏହି ନୃତ୍ୟକୁ ସାଧାରଣ ଦିବସ ପରେଡରେ ପରିବେଷଣ କରିବେ ଭବାନୀପାଟଣାର ‘ପ୍ରତିଭା’ ନୃତ୍ୟାନୁଷ୍ଠାନ । ସୂଚନା ମୁତାବକ ଏହି ନୃତ୍ୟାନୁଷ୍ଠାନ ପୂର୍ବ ଭାରତର ଏକ ମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବ ।

ଗୁରୁ ଦୟାନିଧି ପଣ୍ଡା, ଚିଣ୍ଟୁ ପ୍ରସାଦ ନାୟକ ଓ ଦେବାଶିଷ ସିଂହଙ୍କ ନେତୃତ୍ୱରେ ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ ଜାନୁଆରୀ ୩ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ । ଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ସାଧାରଣ ଦିବସ ପରେଡ୍ ପାଇଁ ପ୍ରାକ୍ଟିସ୍ ଆରମ୍ଭ କରିବେ । ରକ୍ଷାମନ୍ତ୍ରାଳୟ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନା । ତେବେ ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅତିରିକ୍ତ ସଚିବ ରଞ୍ଜନ କୁମାର ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

Leave a Reply