କଳାହାଣ୍ଡି ଧର୍ମଗଡ଼ରେ ସ୍କୁଟିକୁ ଧକ୍କା ଦେଲା କାର l ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଧର୍ମଗଡ ଥାନା ଥନଟଗାଁ ର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି l ଉଭୟ ନିଜ ଗାଁ ଥନଟରୁ ଧର୍ମଗଡ଼କୁ ବିଜୁ ଏକ୍ସପ୍ରେସ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ସଫାରୀ କାର ତାଙ୍କୁ କେବିଡି ଗାଁ ଛକରେ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଂଚି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି l

