ପାଠ ପଢ଼ା ବୟସରେ ପରିବାର ବୋଝ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ 

1 min read

ନନ୍ଦିଘୋଷ ବ୍ୟୁରୋ: ପାଠ ପଢ଼ା ବୟସରେ ପରିବାର ବୋଝ  । ଭଙ୍ଗା କୁଡିଆରେ ଚଳୁଛନ୍ତି ୫ ପ୍ରାଣୀ କୁଟୁମ୍ବ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଗଣ୍ଡା ମେର ପଞ୍ଚାୟତର ବାହାଦୁର ପଡା ଗାଁ l ଗାଁର ଇଶ୍ୱର ବନ୍ଦିଛୋଡ ଜଣେ ମାନସିକ ବିକୃତ ରୋଗୀ। ବାପା ଅସୁସ୍ଥ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଅଣ୍ଡା ଭିଡିଛନ୍ତି ବଡ ଝିଅ ।

ପାଠ ପଢ଼ା ବୟସରେ ପରିବାର ବୋଝ  । ଭଙ୍ଗା କୁଡିଆରେ ବିତୁଛି ଜୀବନ।  କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଗଣ୍ଡା ମେର ପଞ୍ଚାୟତର ବାହାଦୁର ପଡା ଗାଁ l  ଗାଁର ଇଶ୍ୱର ବନ୍ଦିଛୋଡ ଜଣେ ମାନସିକ ବିକୃତ ରୋଗୀ। ଇଶ୍ବରଙ୍କ ପରିବାର କହିଲେ ଦୁଇ ଝିଅ ଏବଂ ଜଣେ ପୁଅ l ୫ ବର୍ଷ ତଳେ ସ୍ତ୍ରୀ ଚାଲିଗଲେ l ତିନି ମାଆ ଛେଉଣ୍ଡ ପିଲାକୁ ନେଇ ଚାଲିଥିଲା ସଂସାର। ମୂଲ ଲାଗି ପୁଅ ଝିଅ କୁ ପାଠ ପଢ଼ାଉ ଥିଲେ ଇଶ୍ବର। ହଠାତ ଦେହ ଅସୁସ୍ଥ ହେବାରୁ ମୁଣ୍ଡ ଆଉ ଠିକରେ କାମ କରୁନି। ଏବେ ପାଠ ପଢୁଆ ଝିଅ ସୁଶୀଳା ଉପରେ ପରିବାର ବୋଝ । ଗୋଟିଏ ପଟେ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଅନ୍ୟପଟେ ଝିଅ ମୂଲ ଲାଗିଲେ ଚଳୁଛି ପରିବାର ।

ଦିନ ଥିଲା ପୂର୍ବ ସରକାରରେ କାଳିଆ ଯୋଜନାରେ କିଛି ସହଯୋଗ ମିଳୁଥିଲା। ଏବେ ସେ ସୁବିଧାରୁ ପରିବାର ବଞ୍ଚିତ। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ନାହିଁ l ଯେଉଁ ଘର ଟିଏ ଅଛି ସେଥିରେ କଷ୍ଟେ ମଷ୍ଟେ ଚଳୁଛନ୍ତି ପରିବାର। କାରଣ ସେଥିରେ ଦିନରେ ସୂର୍ଯ୍ୟ ଦେଖାଯାଉଥିବା ବେଳେ ରାତିରେ ଚନ୍ଦ୍ର। ବେଳେ ବେଳେ ନିମ୍ବ ଫଳ ଗୋଟାଇ ଝିଅ ଦୁଇ ପଇସା ରୋଜଗାର କଲେ ଜଳୁଛି ଚୁଲି। ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ଯ ମିଳୁଛି। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ଚଳିବା କଷ୍ଟ ହେବାରୁ ଜଣେ ଭଉଣୀ ଅନାଥ ଆଶ୍ରମରେ ତ ଆଉ ଜଣେ ଭାଇ ସଂପର୍କୀୟ ଘରେ ଚଳୁଛନ୍ତି।