ଭାଇ ଓ ପୁତୁରା ଆକ୍ରମଣରେ ଦାଦା ମୃତ

ଭବାନୀପାଟଣା: ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦାଦାର ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ସିକେରଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଜଳ ନାଏକ। ମୃତକଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ଉଭୟ ପରିବାର ମଧ୍ୟରେ ଗୁଣିଗାରେଡିକୁ ନେଇ ପୂର୍ବରୁ କଳହ ଲାଗି ରହିଥିଲା। ସକାଳେ ନିଜ ଜମିକୁ ଯାଉଥିବାବେଳେ ଜଳଙ୍କୁ ଆକ୍ରମଣ କରିଥିଲେ ଭାଇ ଓ ଦୁଇ ପୁତୁରା। ତିନି ଜଣଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଜଳଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।