ବିକାଶର ରୋଲ୍‌ ମଡେଲ ପାଲଟିଛି କଳାହାଣ୍ଡି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବଦଳିଛି ଚିତ୍ର

1 min read

କଳାହାଣ୍ଡି: ବିକାଶର ରୋଲ୍ ମଡେଲ ସାଜିଛି କଳାହାଣ୍ଡି । ଦିନେ ଅଭାବକୁ ନେଇ ବଞ୍ଚୁଥିବା କଳାହାଣ୍ଡି ଆଜି ବିକାଶର ଶିରୋପା ପିନ୍ଧିଛି । କୃଷି, ଜଳ ସେଚନ, ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ବଦଳିଛି ରୂପରେଖ । ୨୫ ବର୍ଷ ତଳର ଚିତ୍ର ଓ ଆଜିର ଚିତ୍ର ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଚାଷ ଓ ଚାଷୀର ପ୍ରୟୋଗଶାଳା ପାଲଟିଛି । କଳାହାଣ୍ଡିର ସାମଗ୍ରିକ ବିକାଶର ଜୟଯାତ୍ରା ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ଗାଁରେ 5T ସ୍କୁଲ, ମେଡିକାଲ କଲେଜ, ବିଶ୍ବ ବିଦ୍ୟାଳୟ, ଦୁଇ ଦୁଇଟି ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇ । ସବୁକିଛି କଳାହାଣ୍ଡିକୁ ଦେଇଛି ନୂଆ ପରିଚୟ ।

କ୍ରୀଡା କ୍ଷେତ୍ରରେ ଜୁନାଗଡରେ ବିଜୁ ପଟ୍ଟନାୟକ ଖେଳ ପଡିଆ ଓ ଧର୍ମଗଡରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ । ସେହିପରି ଜଳ ସେଚନ କ୍ଷେତ୍ରରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ସାଙ୍ଗକୁ ମେଗା ଉଠା ଜଳସେଚନ ପ୍ରକଳ୍ପ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗାଁରୁ ଗାଁକୁ ରାସ୍ତା, ତେଲ ନଦୀ ଉପରେ ୭ଟି ବିଜୁ ସେତୁ ସମଗ୍ର ଜିଲ୍ଲାର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଛି ବିଜୁ ଏକ୍ସପ୍ରେସ ଓ୍ବେ । ସେହିପରି ପ୍ରତ୍ୟେକ ଗାଁଠୁ ସହରରେ ଥିବା ମନ୍ଦିର ମସଜିଦର ପୁନରୁଦ୍ଧାର ହୋଇଛି l ପାନୀୟ ଜଳ କ୍ଷେତ୍ରରେ କୋକସରା, ଗୋଲାମୁଣ୍ଡା ଓ ଜୁନାଗଡ଼ରେ ମେଗା ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଣ୍ଟାଉଛି  l କଳାହାଣ୍ଡିର ଭାଗ୍ୟ ବଦଳିବା ସହିତ ସ୍ବାବଲମ୍ବୀ ହୋଇଛନ୍ତି ମିଶନ ଶକ୍ତି ମା’ । ୨୫ ବର୍ଷ ତଳର ଭୋକର ଭୂଗୋଳ ଥିବା କଳାହାଣ୍ଡି ଆଜି ସବୁଜ ସଫଳରୁ ଆଲୋକିତ ଉଜ୍ଜଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବଦଳିଛି କଳାହାଣ୍ଡିର ଚିତ୍ର ।