କଳାହାଣ୍ଡିରେ ଅସହ୍ୟ ଶୀତ, ଜାଡରେ ଅସ୍ତବ୍ୟସ୍ତ ଜୀବନ

1 min read

କଳାହାଣ୍ଡି: ଶୀତରେ ଥରୁଛି ଓଡିଶା । ଜାଡରେ ଅସ୍ତବ୍ୟସ୍ତ ଜୀବନ । କଳାହାଣ୍ଡି ଧର୍ମଗଡରେ ଜାରି ରହିଛି ଶୀତ ଲହରି l ପାରଦ ୧୦ ଡିଗ୍ରୀ ତଳେ l ପିଲାଠୁ ବୟସ୍କ ସମସ୍ତଙ୍କୁ ଶୀତ କରୁଛି କଲବଲ l ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ l

କଥାରେ ଅଛି ମାଘ ଜାଡ କମ୍ପଇ ହାଡ । ହେଲେ ମାଘ ମାସ ଆରମ୍ଭ ନହେଉଣୁ ଶୀତରେ ଥରୁଛି ଧର୍ମଗଡl ସାରା ରାଜ୍ୟରେ ଶୀତର ଲହରୀ । ସୂର୍ଯ୍ୟାସ୍ତ ନ ହେଉଣୁ ଥରଉଛି ଶୀତ । ଦିନ ତମାମ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବନ । ନା ଲୋକେ ଘରୁ ବାହାରି ପାରୁଛନ୍ତି ନା କୌଣସି ଜରୁରୀ କାମ କରିପାରୁଛନ୍ତି। ଶୀତ ବସ୍ତ୍ର ପରିଧାନ କରି ନିଆଁ ପୁଇଁବାରେ ଲାଗିଛନ୍ତି ଧର୍ମଗଡବାସୀ । ପାରଦ ୧୦ ଡିଗ୍ରୀ ତଳେ ଥିବାରୁ ପିଲାମାନେ ବି ଭୋଗୁଛନ୍ତି  ନାନା ସମସ୍ୟା ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ରହିଛି । ପାହାଡିଆ ଅଞ୍ଚଳ ଗୁଡିକରେ ଶୀତର ପ୍ରଭାବ ବେଶୀ ଥିବା ଯୋଗୁଁ ବୃଦ୍ଧ ବୃଦ୍ଧାକୁ ହେଉଛି ସମସ୍ୟା । ଶୀତ ଦାଉରୁ ରକ୍ଷା ପାଇଁ କିଏ କସରତ କରୁଛି ତ କିଏ ପହଞ୍ଚୁଛି ଜିମ୍ । ଆଉ କିଛି ପିଲା ଖେଳକୁ ଆପଣାଇଛନ୍ତି। ଘନ କୁହୁଡି ପଇଁ ଯାତାୟତରେ ମଧ୍ୟ ହେଉଛି ନାନା ସମସ୍ୟା ।