କାଳବୈଶାଖୀ ବର୍ଷା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ, ୩ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ପବନ ସହ ବଜ୍ରପାତ ଆଶଙ୍କା ରହିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହାରି ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଉଛି ।