କାଜୋଲଙ୍କ ଡିଜିଟାଲ ଫେକ ଭିଡିଓ ଏବେ ହେଉଛି ଭାଇରାଲ

ମୁମ୍ବାଇ : ବଢୁଛି ଡିପଫେକ ଭିଡିଓ କାରନାମା । ରଶ୍ମିକା ମନ୍ଦନ୍ନା, କାଟ୍ରିନା କୈଫଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଡିଜିଟାଲ ଫେକ ଭିଡିଓ ଏବେ ହୋଇଛି ଭାଇରାଲ । କାଜୋଲଙ୍କ ମୁହଁ ପରି ଦେଖାଯାଉଥିବା ଜଣେ ମହିଳା କ୍ୟାମେରା ଆଗରେ ପୋଷାକ ବଦଳାଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ତେବେ ଫ୍ୟାକ୍ଟଚେକିଂ ପ୍ଲାଟଫର୍ମ ବୁମ୍ ଲାଇଭ ଅନୁସାରେ ପ୍ରକୃତରେ ଏହା ଏକ ଇଂରାଜୀ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଭିଡିଓ ଏବଂ ଏହାକୁ ଟିକଟକରେ ପୋଷ୍ଟ କରାଯାଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି ।  Kajol's Deepfake Video Changing Clothes Goes Viral Amid Rashmika Mandanna's  Video Controversy | India.com

ମୂଳ ଭିଡିଓଟି ଗତ ଜୁନ ୫ରେ ଟିକଟକରେ ଅପଲୋଡ କରାଯାଇଥିଲା । ସେଥିରେ ଇଫ୍ଲୁଏନସର ରୋଜି ବ୍ରିନ ଥିଲେ । ମାତ୍ର ସେହି ଭିଡିଓକୁ ଏଡିଟ କରାଯାଇ କାଜୋଲଙ୍କ ଫେସକୁ ଲଗାଯାଇଛି । ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏକ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ । ରଶ୍ମିକାଙ୍କ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ଦାୟର ହୋଇସାରିଛି । ପୋଲିସ ବିହାରର ଜଣେ ୧୯ ବର୍ଷ ବୟସ୍କ  ଯୁବକକୁ ଜେରା କରିଛି ।