ରାଜସ୍ଥାନ ବିଜେପିରେ ଅନ୍ତଃ କନ୍ଦଳ, ଦଳରୁ ନିଲମ୍ବିତ ହେଲେ କୈଳାଶ ମେଘଓ୍ବାଲ

ଜୟପୁର: ବଢ଼ିବାରେ ଲାଗିଛି ରାଜସ୍ଥାନ ବିଜେପିର ଅନ୍ତଃକନ୍ଦଳ । ବୁଧବାର ଦଳରୁ ନିଲମ୍ବିତ ହୋଇଛନ୍ତି ବରିଷ୍ଠ ନେତା କୈଳାଶ ମେଘଓ୍ବାଲ । କୈଳାଶ ମେଘୱାଲ କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ଶାଣିତ ଆକ୍ରମଣ କରୁଥିଲେ । ଏହାସହ ଏକ ମଞ୍ଚରେ ସେ ଅର୍ଜୁନ ରାମଙ୍କ ଉପରେ ଏକ ଗମ୍ଭୀର ଦୁର୍ନୀତିର ଅଭିଯୋଗ ଆଣିଥିଲେ । ଏହାସହ ମଙ୍ଗଳବାର ମଧ୍ୟ ସେ ଜୟପୁର ଠାରେ ଏକ ବୈଠକରେ ବିଜେପି ଭିତରେ ଥିବା କିଛି ଅନ୍ତଃକନ୍ଦଳକୁ ନେଇ ସମାଲୋଚନା କରିଥିଲେ । ଏନେଇ ଦଳ ତରଫରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ କୈଳାଶ ମେଘୱାଲଙ୍କୁ ଦଳରୁ ନିଲମ୍ବିତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟ ପଦ ଛଡାଇ ନେଇଛି । କୈଳାଶ ମେଘୱାଲଙ୍କୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆଙ୍କ କଟ୍ଟର ସମର୍ଥକ ବୋଲି କୁହାଯାଏ । ତେଣୁ କୈଳାଶ ବସୁନ୍ଧରାଙ୍କ ଇଶାରାରେ ବିଜେପି ଭିତରେ ଫାଟ ସୃଷ୍ଟି କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।