ଭାଙ୍ଗୁଛି କଂଗ୍ରେସର ଗଡ଼, ବଢ଼ୁଛି ବିଜେଡିର ବଳ: ପୂର୍ବତନ ବିଧାୟକ କୌଳାସ ଚନ୍ଦ୍ର କୁଲେସିକାଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ି ଯୁବ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାଥିଙ୍କଠୁ ପରାଜୟ ବରଣ କରିଥିଲେ ।

କିଛିଦିନ ତଳେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ମିଶିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଅଛନ୍ତି ।

ତେବେ ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ କୁଲେସିକା କହିଛନ୍ତି ଯେ, ବିଜେଡି ମୋତେ ରାଜନୀତି ଶିଖାଇଛି, ଦଳ ପ୍ରତି ପ୍ରଥମରୁ ଦୁର୍ବଳତା । ଆଗରୁ ବିଜେଡିରେ ଥିଲି, ଏମେ ମୁଁ ମୋ ପରିବାରକୁ ଫେରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଦ୍ୱାରା ଆକୃଷ୍ଟ ହୋଇ ସେ ଦଳରେ ଯୋଗଦେଇଛନ୍ତି । କୌଣସି ଆଶା ନେଇ ଦଳକୁ ଆସିନାହାନ୍ତି, କୋରାପୁଟରେ କାମ କରିବା ହିଁ ତାଙ୍କର ଲକ୍ଷ୍ୟ । ଜଣେ କର୍ମୀ ଭାବେ ସମସ୍ତଙ୍କ ସହ ମିଶି କାମ କରିବେ ବୋଲି ସେ କହିଛନ୍ତି ।

Leave a Reply