ଆସିଗଲା କାଚା ବାଦାମର ପାକିସ୍ତାନୀ ଭର୍ସନ୍‌

2 min read

ନୂଆଦିଲ୍ଲୀ:  ରାତାରାତି ଭାଇରାଲ ହେବା ଏବଂ ପ୍ରସିଦ୍ଧତା ହାସଲ କରିବାର ଏକ ମାଧ୍ୟମ ହେଉଛି ସୋସିଅଲ ମିଡିଆ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଷ୍ଟାର ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଦାମ ବିକ୍ରି କରୁଥିବା ଭୁବନ ବାଦାୟକର, ଯାହାଙ୍କର କାଚା ବାଦାମ ଗୀତ ଏତେ ମାତ୍ରାରେ ଭାଇରାଲ ହୋଇଥିଲାଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ଏହି ଗୀତରେ ଖୁବ୍‌ ଝୁମିଥିଲେ ।  ଏହି ଏହି ପ୍ରସିଦ୍ଧ ଏବଂ ଲୋକଙ୍କ ମନୋରଞ୍ଜନ କରିଥିବା ଗୀତର ପାକିସ୍ତାନୀ ଭର୍ସନ ମଧ୍ୟ ଆସି ସାରିଛି । ଯାହା ରମଜାନ ଏବଂ ରୋଜା ଉପରେ ପର୍ଯ୍ୟବେଷିତ ।

ତେବେ ଏହି ପାକିସ୍ତାନୀ ଗୀତରେ ପିଲାମାନଙ୍କୁ ରୋଜା ରଖିବାକୁ କୁହାଯାଇଛି । କିନ୍ତୁ ଭାରତରେ କାଚା ବାଦାମ ଗୀତ ଖୁବ ଲୋକପ୍ରିୟତା ହାସଲ କରିଥିଲା । ହେଲେ ପାକିସ୍ତାନୀ ଭର୍ସନ ବାହାର କରିଥିବା ବ୍ୟକ୍ତିଙ୍କୁ ଏହା ଖୁବ୍‌ ମହଙ୍ଗା ପଡ଼ିଛି ।  ଲୋକେ ସୋସିଅଲ ମିଡିଆରେ ପାକିସ୍ତାନୀ ୟୁଟ୍ୟୁବର  ୟାସିର ସୋହରବଦୀଙ୍କୁ ଟ୍ରୋଲ କରୁଛନ୍ତି ।


ୟାସିର ୭ ଏପ୍ରିଲରେ ଏହି ଗୀତକୁ ତାଙ୍କ ଚ୍ୟାନେଲରେ ଅପଲୋଡ କରିଥିଲେ ।  କିଛି ଲୋକ ଏହାକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଲୋକ ୟାସିରଙ୍କ ଉପରେ ରାଗି ଯାଇଛନ୍ତି ଏବଂ କିଛି ଲୋକ ଟ୍ରୋଲ କରୁଛନ୍ତି ।