ଆସିଗଲା କାଚା ବାଦାମର ପାକିସ୍ତାନୀ ଭର୍ସନ୍
2 min readନୂଆଦିଲ୍ଲୀ: ରାତାରାତି ଭାଇରାଲ ହେବା ଏବଂ ପ୍ରସିଦ୍ଧତା ହାସଲ କରିବାର ଏକ ମାଧ୍ୟମ ହେଉଛି ସୋସିଅଲ ମିଡିଆ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଷ୍ଟାର ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଦାମ ବିକ୍ରି କରୁଥିବା ଭୁବନ ବାଦାୟକର, ଯାହାଙ୍କର କାଚା ବାଦାମ ଗୀତ ଏତେ ମାତ୍ରାରେ ଭାଇରାଲ ହୋଇଥିଲାଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ଏହି ଗୀତରେ ଖୁବ୍ ଝୁମିଥିଲେ । ଏହି ଏହି ପ୍ରସିଦ୍ଧ ଏବଂ ଲୋକଙ୍କ ମନୋରଞ୍ଜନ କରିଥିବା ଗୀତର ପାକିସ୍ତାନୀ ଭର୍ସନ ମଧ୍ୟ ଆସି ସାରିଛି । ଯାହା ରମଜାନ ଏବଂ ରୋଜା ଉପରେ ପର୍ଯ୍ୟବେଷିତ ।
ତେବେ ଏହି ପାକିସ୍ତାନୀ ଗୀତରେ ପିଲାମାନଙ୍କୁ ରୋଜା ରଖିବାକୁ କୁହାଯାଇଛି । କିନ୍ତୁ ଭାରତରେ କାଚା ବାଦାମ ଗୀତ ଖୁବ ଲୋକପ୍ରିୟତା ହାସଲ କରିଥିଲା । ହେଲେ ପାକିସ୍ତାନୀ ଭର୍ସନ ବାହାର କରିଥିବା ବ୍ୟକ୍ତିଙ୍କୁ ଏହା ଖୁବ୍ ମହଙ୍ଗା ପଡ଼ିଛି । ଲୋକେ ସୋସିଅଲ ମିଡିଆରେ ପାକିସ୍ତାନୀ ୟୁଟ୍ୟୁବର ୟାସିର ସୋହରବଦୀଙ୍କୁ ଟ୍ରୋଲ କରୁଛନ୍ତି ।
i saw the video right now, ?? yaar cringe ki bi hadd hoti hai, kacha badam ko roza rakhunga ??
kya musibat hai yaar seriously ??
me 50 kg hu, 10kg gussey sey uttar gaye mere ??
— Danish Budoo (@Danish_budoo) April 10, 2022
Es shaqs se bhi Allah phoche ga qasam se Jena Haram Kya wa hai Es ne..??♀️??♀️??♀️https://t.co/UOGUNDa7MY
— Jaweriawaheedkhan (@Jaweriawaheedk1) April 8, 2022
My man is back with a banger ?? pic.twitter.com/9bh8ues4Yh
— Kinza Tariq (@Kinnzayyy) April 7, 2022
My man is back with a banger ?? pic.twitter.com/9bh8ues4Yh
— Kinza Tariq (@Kinnzayyy) April 7, 2022
Animals were hurt during the making of this. https://t.co/1vXGueasK9
— Tea. (@chadoorgirl) April 9, 2022
ୟାସିର ୭ ଏପ୍ରିଲରେ ଏହି ଗୀତକୁ ତାଙ୍କ ଚ୍ୟାନେଲରେ ଅପଲୋଡ କରିଥିଲେ । କିଛି ଲୋକ ଏହାକୁ ପ୍ରଶଂସା କରିଥିବାବେଳେ ଆଉ କିଛି ଲୋକ ୟାସିରଙ୍କ ଉପରେ ରାଗି ଯାଇଛନ୍ତି ଏବଂ କିଛି ଲୋକ ଟ୍ରୋଲ କରୁଛନ୍ତି ।