କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା, ଶିଶୁ ସମେତ ୧୩ ମୃତ
1 min read
କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବାହାରେ ଗୁରୁବାର ଦିନ ଘଟିଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ତାଲିବାନ। ଏହି ଘଟଣାରେ ଅନେକ ତାଲିବାନୀ ଗାର୍ଡ ମାନେ ମଧ୍ୟ ଆହତ ହୋଇଛନ୍ତି।
ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ଆମେରିକୀୟ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ମୃତାହତ ତଥା ଆହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନଥିବା ବେଳେ ସେମାନେ କେଉଁଠିକାର ଲୋକ, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।
#UPDATE | A suspected suicide bomb exploded outside Kabul airport, killing at least 13 people including children, a Taliban official said, after the United States and allies urged Afghans to leave the area because of a threat by Islamic State: Reuters #Afghanistan
— ANI (@ANI) August 26, 2021
ଆଇଏସ୍ ପକ୍ଷରୁ ଆକ୍ରମଣ ନେଇ ଧମକ ଦିଆଯାଇଥିଲା । ତେବେ ଏହି ଘଟଣା ପରେ ଜନସାଧାରଣଙ୍କୁ କାବୁଲ ଏୟାରପୋର୍ଟରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦିଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।