ବାରବାଟୀର କବାଡି କମ୍ପ୍ଲେକ୍ସରେ ଦମ ଦେଖାଇବେ ଓଡ଼ିଆ ଖେଳାଳି

କଟକ : କଟକ ବାରବାଟୀ ଷ୍ଟାଡିୟମ କବାଡି କମ୍ପ୍ଲେକ୍ସ ରେ ଆୟୋଜିତ ହେଉଛି 49 ତମ ଜାତୀୟ ଜୁନିୟର କବାଡ଼ି ଚାମ୍ପିଅନସିପ । ଏଥିପାଇଁ ଓଡିଶା ପୁରୁଷ ଓ ମହିଳା ଟିମର ଚୟନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର 30 ଟି ଜିଲ୍ଲାରୁ 430 ଖେଳାଳି ଭାଗ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ଯରୁ 25 ଜଣ ପୁରୁଷ ଓ 25 ଜଣ ମହିଳା ଖେଳାଳି ବଛା ଯାଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଅକ୍ଟୋବର ପ୍ରଥମ ସପ୍ତାହରେ ତେଲେଙ୍ଗାନା ଓ ଦିଲ୍ଲୀରେ ଜାତୀୟ କବାଡି ଚାମ୍ପିଅନସିପରେ ଓଡିଶାର ଚୂଡାନ୍ତ ଟିମ ଭାଗ ନେବ ।

ଦମ ଦେଖାଇବେ ଓଡ଼ିଶା ଖେଳାଳି । କବାଡ଼ି ମୈଦାନରେ ପ୍ରଦର୍ଶନ ହେବ ରଣ କୌଶଳ । କଟକ ବାରବାଟୀରେ କବାଡ଼ି ଚାମ୍ପିଅନସିପ୍ । ପୁରୁଷ ଓ ମହିଳା ଟିମର ଚୟନ ଶିବିର । ଅକ୍ଟୋବର ପ୍ରଥମ ସପ୍ତାହରେ ତେଲେଙ୍ଗାନା ଓ ଦିଲ୍ଲୀଠାରେ ଆୟୋଜିତ ହେବ 49ତମ ଜାତୀୟ ଜୁନିୟର କବାଡି ଚାମ୍ପିଅନସିପ । ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମ କବାଡି କମ୍ପ୍ଲେକ୍ସରେ ଓଡିଶା କବାଡି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଖେଳାଳି ଚୟନ । ଏଥିରେ ରାଜ୍ୟର 30 ଟି ଜିଲ୍ଲାର 430 ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି । ଏଥିରୁ ଦୁଇ ଦିନରେ 25 ପୁରୁଷ ଓ 25 ମହିଳା ଖେଳାଳିଙ୍କୁ ପ୍ରଶିକ୍ଷଣ ଶିବିର ପାଇଁ ଚୟନ କରାଯିବ। ପରେ ସେମାନଙ୍କୁ ଦୁଇ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଦିଆଯିବା ପରେ ଚୂଡାନ୍ତ 12 ଜଣିଆ ପୁରୁଷ ଓ 12 ଜଣିଆ ଓଡିଶା ଟିମ ଚୟନ କରାଯିବ।

ଗତବର୍ଷ ଅନୁଷ୍ଠିତ 48 ତମ ଜାତୀୟ ଜୁନିୟର କବାଡି ଚାମ୍ପିଅନସିପରେ ଓଡିଶାର ପୁରୁଷ ଟିମ ପ୍ରି କ୍ବାଟର ଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ମହିଳା ଟିମ କ୍ବାଟର ଫାଇନାଲ କୁ ପ୍ରବେଶ କରିଥିଲା । ଏଥର ଚୟନ ଶିବିରରେ ଅଧିକ ପ୍ରତିଭାବାନ ଖେଳାଳି ଥିବାରୁ ଓଡିଶାର ଦୁଇଟି ଟିମ ଜାତୀୟ ଚାମ୍ପିଅନସିପରେ ଭଲ କରିବ ବୋଲି ଖେଳାଳିମାନେ ଆଶା ରଖିଛନ୍ତି ।