କବାଡ଼ି ଖେଳରେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ହତ୍ୟା

Kabaddi International Player Sandeep Nangal Shot Dead

ଚଣ୍ଡିଗଡ଼: ପଞ୍ଜାବ ଜଳନ୍ଧରରେ ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡକୁ ୪୮ ଘଣ୍ଟା ହେବାକୁ ବସିଥିବା ବେଳେ ପୋଲିସର ହାତ ଖାଲି ରହିଛି । ସୋମବାର ଅଜଣା ଲୋକ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଆମ୍ବିୟା କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଗୁଳି କରି ହତ୍ୟା କରିଥିଲେ । ଘଟଣାସ୍ଥଳରେ ଆଖି ବୁଜିଥିଲେ ସନ୍ଦୀପ ।

 Kabaddi International Player Sandeep Nangal Shot Dead

ସନ୍ଦୀପଙ୍କୁ ହତ୍ୟା ପରେ ତାଙ୍କ ଶାହକୋଟ ଘର ବାହାରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟପଟେ ହତ୍ୟାକାରୀ ଧରା ନ ପଡ଼ିବା ଯାଏ ଶବ ସତ୍କାର କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି ସନ୍ଦୀପଙ୍କ ପରିବାର । ପ୍ରଶାସନର ବୁଝାସୁଝା ପରେ ପରିବାର ଲୋକ ଶବ ସତ୍କାର ପାଇ ରାଜି ହୋଇଥିବା ବେଳେ ଇଂଲଣ୍ଡରେ ରହୁଥିବା ସମ୍ପର୍କୀୟଙ୍କୁ ଅପେକ୍ଷା କରିଛନ୍ତି । ସେମାନେ ଆସିଲେ ମୃତଦେହ ଦାହ କରାଯିବ ।

ହତ୍ୟାକାଣ୍ଡ ପରେ ଜଳନ୍ଧର ପୋଲିସ ତଦନ୍ତ ଜାରି ରଖିଛି । ସନ୍ଦୀପଙ୍କ ସହ ତାଙ୍କର ଜଣେ ସାଥୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ତେବେ କିଏ, କାହିଁକି ଗୁଳି ମାରିଲା ? ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ି ନାହିଁ ।