ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲା ପାଇଁ କେ. ବିଜୟ କୁମାରଙ୍କ ଆଲୋଚନା

1 min read

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ସିଆର୍‌ପିଏଫ୍‌ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର । ସେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

ସିଆର୍‌ପିଏଫ୍‌ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସହିତ ଦକ୍ଷିଣ-ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ସଫିନ ଅହମ୍ମଦ ଖାନ୍‌, ମାଲକାନଗିରି ଏସ୍‌ପି ଋଷିକେଶ ହିଲାରି, ବିଶାଖାପାଟଣା ଏସ୍‌ପି ଏ. ବାବୁଜୀ ପ୍ରମୁଖ ସ୍ୱାଭିମାନ ଅଞ୍ଚଳକୁ ଯାଇଥିଲେ ।

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ନୂଆ ରଣନୀତି ନେଇ ଅଧିକାରୀମାନେ ସମୀକ୍ଷା କରିଛନ୍ତି ।

Leave a Reply