spot_img

Latest Posts

ଥମୁନି ଭାରତ-କାନାଡା କୂଟନୈତିକ ବିବାଦ ,ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଲାଗି ଦାବି

ନୂଆଦିିଲ୍ଲୀ : ଥମୁନି ଭାରତ-କାନାଡା କୂଟନୈତିକ ବିବାଦ। ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଲାଗି ଦାବି କରିଛନ୍ତି କାନାଡାର ଶିଖ୍ ନେତା ତଥା ନ୍ଯୁ ଡେମୋକ୍ରାଟିକ ପାର୍ଟି ସାଂସଦ ଜଗମିତ ସିଂ। ତେବେ ଏହି ପ୍ରସଙ୍ଗକୁ ନେଇ ସମାଲୋଚନାର ଶୀକାର ହୋଇଛନ୍ତି ଜଗମିତ। ଖଲିସ୍ତାନ ସମର୍ଥକ ଭାବେ ଜଣାଶୁଣା ଜଗମିତ କହିଛନ୍ତି- ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ କଡ଼ା କଟକଣା ଲାଗୁ କରିବା ଦରକାର। କାନାଡା ନାଗରିକଙ୍କୁ ଗୁଳି କରିବା ଲାଗି ଭାରତୀୟ କୂଟନୀତିଜ୍ଞମାନେ ଅପରାଧୀମାନଙ୍କୁ ବ୍ଯବହାର କରୁଛନ୍ତି। ଏହି ପ୍ରସଙ୍ଗରେ ସେ ଭାରତର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ସେପଟେ ଜଗମିତଙ୍କ ଏହି ବୟାନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଶରବ୍ଯର ଶିକାର ହୋଇଛନ୍ତି ଜଗମିତ। ପୂର୍ବରୁ ଖଲିସ୍ତାନୀ ସପକ୍ଷବାଦୀଙ୍କୁ ଟାର୍ଗେଟ କରିବା ଲାଗି କାନାଡାରେ ଭାରତୀୟ କୂଟନୀତିଜ୍ଞମାନେ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ ସହ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲା ରୟାଲ କାନାଡିଆନ ମାଉଣ୍ଟୋଡ ପୋଲିସ ବା ଆରସିଏମପି। ଦୁଇ ବର୍ଷ ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କୁ ସମର୍ଥନ କରୁଥିଲେ ଜଗମିତ। ମାତ୍ର ମାସକ ପୂର୍ବରୁ ସେ ଟ୍ରୁଡୁଙ୍କୁଠାରୁ ଦୂରେଇଥିଲେ।

Latest Posts

Don't Miss