ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ମହମ୍ମଦ ରାଫିକ୍
1 min readଭୁବନେଶ୍ୱର: ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ମେଘାଳୟ ହାଇକୋର୍ଟରେ ବିଚାରପତି ଥିବା ମହମ୍ମଦ ରାଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍ ଏହି ସୁପାରିସ୍ କରିଛି ।
ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା କାର୍ଯ୍ୟ କରୁଛନ୍ତି । ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ନେବା ପରେ ତାଙ୍କ ସ୍ଥାନରେ ସଞ୍ଜୁ ପଣ୍ଡାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ତାଙ୍କ ସ୍ଥାନରେ ମହମ୍ମଦ ରାଫିକ ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ।
Supreme Court Collegium has also recommended that Allahabad High Court judge Justice Biswanath Somadder be appointed as Chief Justice of Meghalaya High Court. Also recommends that Chief Justice of Meghalaya HC Justice Mohammad Rafique be transferred as Chief Justice of Odisha HC. https://t.co/QV1coknmr9
— ANI (@ANI) April 19, 2020
ସେହିପରି କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟ ବିଚାରପତି ବିଶ୍ୱନାଥଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିସ୍ କରାଯାଇଛି ।