spot_img

Latest Posts

ଜଷ୍ଟିସ ବି.ଆର. ଗବାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ଜାଣନ୍ତୁ ବସ୍ତିରୁ ସର୍ବୋଚ୍ଚ ଅଦାଲତ ଯାଏ ଯାତ୍ରା

ନୂଆଦିଲ୍ଲୀ: ଜଷ୍ଟିସ ବି.ଆର. ଗବାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ଆଜି ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗବାଇ। ତାଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଷ୍ଟ୍ର ଅମରାବତୀର ଏକ ବସ୍ତିରେ ଜନ୍ମିତ ଗବାଇ ଦେଶର ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ମଣ୍ଡନ କରିବେ। ଜଷ୍ଟିସ ଗବାଇଙ୍କ ନାମକୁ ସୁପାରିସ କରିଥିଲେ ପୂର୍ବତନ ସିଜେଆଇ ସଞ୍ଜୀବ ଖାନ୍ନା। ଜଷ୍ଟିସ ଗବାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି। ଗତକାଲି ଅବସର ନେଇଥିଲେ ପୂର୍ବତନ ସିଜେଆଇ ସଞ୍ଜୀବ ଖାନ୍ନା। ତେବେ ଜଷ୍ଟିସ ଗବାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ। ୫୧ତମ  ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଖାନ୍ନା ୨୦୨୪ ନଭେମ୍ବର ୧୧ରେ ଯୋଗଦେଇଥିଲେ। ଜଷ୍ଟିସ ଗବାଇ ହେଉଛନ୍ତି ସିଜେଆଇ ହେବାରେ ଦ୍ବିତୀୟ ଦଳିତ।

ବସ୍ତିରୁ ସର୍ବୋଚ୍ଚ ଅଦାଲତ। ଜାଣନ୍ତୁ ଜଷ୍ଟିସ ବି.ଆର.ଗବାଇଙ୍କ ଦୀର୍ଘ ସଫଳ ଯାତ୍ରା । ୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ର ଅମରାବତୀରେ ଜଷ୍ଟିସ ଗବାଇଙ୍କ ଜନ୍ମ ହୋଇଥିଲା । ଅମରାବତୀର ଏକ ବସ୍ତିରେ ହୋଇଥିଲା ଜନ୍ମ । ଜଷ୍ଟିସ ଗବାଇଙ୍କ ବାପା ଆରଏସ ଗବାଇ ଓ ମା କମଳା । ବାପା ଆର ଏସ ଗବାଇ ଥିଲେ ଆରପିଆଆରୁ ସାଂସଦ ଓ ଗଭର୍ଣ୍ଣର । ଆମ୍ବେଦକର ଓ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣୀତ ପରିବାର । ୧୯୮୭ରୁ ୧୯୯୦ ବମ୍ବେ ହାଇକୋର୍ଟରେ କରିଥିଲେ ପ୍ରାକ୍ଟିସ । ୧୪ ନଭେମ୍ବର ୨୦୦୩ରେ ହୋଇଥିଲେ ହାଇକୋର୍ଟର ଅତିରିକ୍ତ ଜଜ । ଭାରତର ସିଜେଆଇ ହେବାରେ ଜଷ୍ଟିସ ଗବାଇ ଦ୍ବିତୀୟ ଦଳିତ । ୨୦୦୭ରେ ସିଜେଆଇ ହୋଇଥିବା କେ.ଜି. ବାଲକ୍ରିଷ୍ଣନ ପ୍ରଥମ ଦଳିତ CJI । ଆସନ୍ତା ନଭେମ୍ବର ୨୩ରେ ଅବସର ନେବେ ଜଷ୍ଟିସ ଗବାଇ । ଅମରାବତୀର ଫ୍ରେଜରପୁରା ବସ୍ତିରେ ହୋଇଥିଲା ଗବାଇଙ୍କ ଜନ୍ମ । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ଦେଇଥିଲେ ଜଷ୍ଟିସ ଗବାଇ ।

Latest Posts

Don't Miss