କେବଳ ଗୋଟିଏ ଭୁଲ ପାଇଁ ଡିଲିଟ ହୋଇଯିବ ଫେସବୁକ୍, ଇନଷ୍ଟାଗ୍ରାମ ଆକାଉଣ୍ଟ!
1 min read
ନୂଆଦିଲ୍ଲୀ : ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ । ଯଦି ବହୁ ଦିନ ଧରି ଆକାଉଣ୍ଟ ଓପେନ କରି ନାହାନ୍ତି ତାହା ହେଲେ ଆପଣଙ୍କ ପାଇଁ ସତର୍କ ସୂଚନା । କାରଣ ନୂଆ ନିୟମ ଅନୁଯାୟୀ, ଯଦି ଆପଣ କେବଳ ଗୋଟିଏ ଭୁଲ କରନ୍ତି, ତେବେ ଆପଣଙ୍କର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ । ଯଦି ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହା ହେଲେ ଆପଣଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ ।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନର ସୁପାରିଶ ପରେ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି । ଯେଉଁଥିରେ ୟୁଜର୍ସ ଜାଣିବା ଆଗରୁ ଡିଲିଟ ହୋଇଯିବ ଆକାଉଣ୍ଟ । ଆସନ୍ତୁ ଜାଣିବା କଣ ହୋଇଛି ନିୟମରେ ପରିବର୍ତ୍ତନ
ସରକାରଙ୍କ ନିୟମ ଅନୁଯାୟୀ, ଯେଉଁ ଉପଭୋକ୍ତାମାନେ ଗତ ତିନି ବର୍ଷ ଧରି ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ଓପେନ କରି ନାହାନ୍ତି କି ସେଥିରେ କିଛି ପୋଷ୍ଟ କରି ନାହାନ୍ତି, ସରକାର ସେହି ଆକାଉଣ୍ଟ ସବୁ ବନ୍ଦ କରିପାରିବେ ।
ସୋସିଆଲ ମିଡିଆ ସମ୍ବନ୍ଧରେ ପ୍ରସ୍ତୁତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ୍ ମାର୍କେଟପ୍ଲେସ୍, ଗେମିଂ କମ୍ପାନୀ ଏବଂ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀ ଉପରେ ମଧ୍ୟ ଲାଗୁ କରାଯାଇପାରିବ । ଏହା ସହିତ ଭାରତରେ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ଜଣା ପଡ଼ିବ ।
ସରକାରଙ୍କ ଏହି ନିୟମ ସେହି ଉପଭୋକ୍ତାମାନଙ୍କ ପାଇଁ ଅଧିକ କ୍ଷତି ପହଞ୍ଚାଇବ ଯେଉଁମାନେ ମାସ ମାସ ଧରି ଆକାଉଣ୍ଟ ଖୋଲନ୍ତି ନାହିଁ ଏବଂ ନିଜ ଆକାଉଣ୍ଟର ପାସୱାର୍ଡ ଭୁଲିଗଲେ, ସେମାନେ ଆଉ ଏକ ଆକାଉଣ୍ଟ ଓପେନ କରନ୍ତି । ଯଦି ଆପଣ ଏପରି ଆକାଉଣ୍ଟ କରିଛନ୍ତି, ତେବେ ଆପଣଙ୍କର ବନ୍ଦ ହୋଇଯାଇଥିବା ପୁରୁଣା ଆକାଉଣ୍ଟ ଡିଲିଟ୍ ହୋଇଯିବ ।
ଜଣେ ସରକାରୀ ଅଧିକାରୀ ସୂଚନା ଅନୁଯାୟୀ, ‘ସୋସିଆଲ ମିଡିଆ କମ୍ପାନୀଗୁଡିକରୁ ସରକାର ମତାମତ ଗ୍ରହଣ କରିଛନ୍ତି । ଯେଉଁଥିରେ କୁହାଯାଇଥିଲା, ଯଦି ଆଇନ ପ୍ରଣୟନକାରୀ ସଂସ୍ଥା ବନ୍ଦ ଆକାଉଣ୍ଟର ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି, ତେବେ ଆକାଉଣ୍ଟ ବନ୍ଦ କରି ଏହାକୁ ତିନି ବର୍ଷ ପରେ ପାଇପାରିବ ।