ଶତାୟୁ ବୀର ପୁତ୍ରଙ୍କ ଦେହାନ୍ତ, ରାଜ୍ୟକୁ କରିଛନ୍ତି ଗୌରବାନ୍ୱିତ

ଭୁବନେଶ୍ୱର: ଭାରତୀୟ ନୌସେନାର ପୂର୍ବତନ ବରିଷ୍ଠ ଅଧିକାରୀ ଭାଇସ ଆଡମିରାଲ ଏସ. ଏଚ. ଶର୍ମାଙ୍କ ପରଲୋକ । ସୋମବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଗତ ଡିସେମ୍ବରରେ ସେ ଶହେ ତମ ଜନ୍ମ ଦିନ ପାଳନ କରିଥିଲେ । ଭାରତୀୟ ନୌସେନାରେ ପରାକାଷ୍ଠା ଦେଖାଇ ସେ ଓଡ଼ିଶା ଏବଂ ଭାରତ ପାଇଁ ଗର୍ବ ଆଣିଛନ୍ତି । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।

୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଏସ ଏଚ ଶର୍ମାଙ୍କର ଅନେକ ଅବଦାନ ରହିଛି । ତାଙ୍କର ଦେହାନ୍ତ ପରେ ବିଭିନ୍ନ ବର୍ଗର ଲୋକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଭାରତୀୟ ନୌସେନାକୁ ତାଙ୍କର ଅବଦାନକୁ ମନେ ପକାଇବା ସହ ଶୋକ ପ୍ରକାଶ କରିଛନ୍ତି । ଆଇଏନଏସ ଖୁକ୍ରି ଜାହାଜରେ ପ୍ରଥମେ ସେ ନେତୃତ୍ୱ ନେଇଥିଲେ ।

ପରେ ସେ ଆଇଏନଏସ ବ୍ରହ୍ମପୁତ୍ର ଏବଂ ଆଇଏନଏସ ମୟିସୁରର ନେତୃତ୍ବ ନେଇଥିଲେ । ଶର୍ମାଙ୍କ ପରଲୋକାଗତ ଖବର ସଭିଙ୍କୁ ସ୍ତମ୍ବିଭୁତ କରିଛି  । ରାଜ୍ୟ ଜଣେ ବୀର ପୁତ୍ରଙ୍କୁ ହରାଇଛି  । ଅନେକ ସମୟରେ ଦେଶ ଓ ରାଜ୍ୟର ନାମକୁ ଗୌରବାନ୍ୱିତ କରିଛନ୍ଥି  । ସେପଟେ ଶେଷ ଦର୍ଶନ ପାଇଁ ମଙ୍ଗଳବାର  ଭୁବନେଶ୍ୱର ସ୍ଥିତ ନିଳକଣ୍ଠ ନଗରକୁ ତାଙ୍କର ମର ଶରୀରକୁ ନିଆଯିବ । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସଂସ୍କାର କରାଯିବା ନେଇ ଜଣାପଡିଛି  ।

Leave a Reply