spot_img

Latest Posts

ଆଜି ବୃହସ୍ପତି ଓ ଶନି ଗ୍ରହର ମିଳନ, ୮୦୦ ବର୍ଷପରେ ଦେଖିବାକୁ ମିଳିବ ଏଭଳି ବିରଳ ଘଟଣା

ନୂଆଦିଲ୍ଲୀ: ସୌରମଣ୍ଡଳରେ ସୋମବାର ଦିନ ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ଆଜି ବୃହସ୍ପତି ଏବଂ ଶନି ଭଳି ଦୁଇଟି ବଡ଼ ଗ୍ରହ ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ସମାନ ଦେଖାଯିବ। ୧୭ଶହ ଶତାବ୍ଦୀରେ ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓଙ୍କ ଜୀବନକାଳରେ ଏହି ଦୁଇଟି ଗ୍ରହ ନିକଟତର ହୋଇଥିଲେ।

ମହାକାଶ ବିଜ୍ଞାନୀମାନଙ୍କ କହିବାନୁଯାୟୀ ସୌରମଣ୍ଡଳରେ ଦୁଇଟି ବଡ଼ ଗ୍ରହ ନିକଟତର ହେବା ବିରଳ ନୁହେଁ। କାହିଁକିନା ବୃହସ୍ପତି ପ୍ରତି ୨୦ ବର୍ଷରେ ପଡ଼ୋଶୀ ଗ୍ରହ ଶନିଙ୍କ ନିକଟ ଦେଇ ଅତିକ୍ରମ କରିଥାଏ। ହେଲେ ଏହା ଏତେ ନିକଟତର ହେବା ସ୍ୱତନ୍ତ୍ର।

ବୈଜ୍ଞାନିକ ମାନଙ୍କ ମତରେ ଦୁଇଟି ଗ୍ରହ ମଧ୍ୟରେ ଦୂରତା ସେମାନଙ୍କ ଦୃଷ୍ଟିକୋଣରୁ ମାତ୍ର ୦.୧ ଡିଗ୍ରୀ ରହିବ। ଯଦି ପାଣିପାଗ ଅନୁକୂଳ ରୁହେ ତାହେଲେ ସୂର୍ଯ୍ୟାସ୍ତ ପରେ ପୃଥିବୀର ବିଭିନ୍ନ ସ୍ଥାନରୁ ଏହାକୁ  ସହଜରେ ଦେଖିହେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧୨୨୬ରେ ମଧ୍ୟ ଏଭଳି ଘଟିଥିଲା। ଯାହାକି ଆଜିର ଘଟଣାକୁ ପାଖାପାଖି ୮ଶହ ବର୍ଷ ହେଉଛି।

 

Latest Posts

Don't Miss