spot_img

Latest Posts

ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: କନିଷ୍ଠ ଶିକ୍ଷକଙ୍କୁ ମୁଖ୍ଯମନ୍ତ୍ରୀଙ୍କ ବଡ଼ ଉପାହର । କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ଯ ସରକାର । ଏବେ ୧୩ ହଜାର ୮୦୦ ପରିବର୍ତ୍ତେ ୨୦ ହଜାର ଟଙ୍କା ମାସିକ ପାରିଶ୍ରମିକ ପାଇବେ ଜୁନିଅର ଟିଚର। ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀରୁ ଲାଗୁହେବ। ଏହାଦ୍ବାରା ରାଜ୍ଯର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। 5T ଅଧ୍ଯକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ  କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨ ହଜାର ୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

Latest Posts

Don't Miss