ମାଲକାନଗିରି: ପୁଣି ଶିକ୍ଷାନୁଷ୍ଠାନରୁ ଆସିଲା ରାଗିଂ । ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ରାତି ତମାମ ନିର୍ଯାତନା ଅଭିଯୋଗ । ମାଲକାନଗିରି ଜିଲ୍ଲା ବାଲିମେଳା ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସ୍କୁଲର ନବମ ଶ୍ରେଣୀର ୫ ଜଣ ପିଲାଙ୍କୁ ନିସ୍ତୁକ ନିର୍ଯାତନା ଦେଇଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର । ମଙ୍ଗଳବାର ଦିନ ୫ ଜଣ ପିଲାଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଛି । କାହାର ଗାଲ ଫୁଲିଛି ତ କାହା ପିଠି ଫାଟିଛି ତ ଆଉ କିଏ ଚାଲି ପାରୁନି । ଘଟଣା ସଂପର୍କରେ ଅଭିଭାବକ ଜାଣିବା ପରେ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।
ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ୱାର୍ଡେନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଛି । ସେମାନଙ୍କ ବିରୋଧର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

