ହକି ଜୁନିୟର ବିଶ୍ବକପ: ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା; ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିଜୟୀ

1 min read

ଭୁବନେଶ୍ବର: ନଭେମ୍ବର ୨୪ରୁ ଆରମ୍ଭ ହୋଇଛି ଜୁନିଅର ହକି ବିଶ୍ବକପ । ହକି ବିଶ୍ବକପର ଉଦଘାଟନ ଦିନରେ ଭାରତକୁ ମିଳିଥିଲା ପରାଜୟର ସ୍ବାଦ । ଡିଫେଡିଂ ଚମ୍ପିଆନ ଭାରତ ଫ୍ରାନ୍ସଠାରୁ ୫-୪ ଗୋଲରେ ପରାଜୟ ବରଣ କରିଥିଲା । ତେବେ ଆଜି ଜୁନିଅର ବିଶ୍ବକପର ଦ୍ବିତୀୟ ଦିନରେ ଖେଳାଯିବ ୫ଟି ମ୍ୟାଚ ।

ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ଇଜିପ୍ଟ । ତେବେ ଏହି ମ୍ୟାଚରେ ଇତିହାସ ରଚିଛି ଆର୍ଜେଣ୍ଟିନା । ଭାରତର ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି ଆର୍ଜେଣ୍ଟିନା । ବିଶ୍ବକପର କୌଣସି ମ୍ୟାଚର ସର୍ବାଧିକ ଗୋଲ ସ୍କୋର କରି ଇତିହାସ ରଚିଛି ଆର୍ଜେଣ୍ଟିନା । ଏହି ରେକର୍ଡ ପୂର୍ବରୁ ଭାରତ ପାଖରେ ଥିଲା । ୧୯୮୨ ବିଶ୍ବକପରେ ଭାରତ ସିଙ୍ଗାପୁରକୁ ୧୩-୦ ଗୋଲରେ ପରାଜିତ କରି ରଚିଥିଲା ଇତିହାସ । ତେବେ ଆଜି ମ୍ୟାଚରେ ଆର୍ଜେଣ୍ଟିନା ୧୪-୦ ଗୋଲରେ ଇଜିପ୍ଟକୁ ପରାଜିତ କରି ଭାରତର ରେକର୍ଡ ଭାଙ୍ଗିଛି ।

ତେବେ ଦ୍ବିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ କୋରିଆ ଓ ନେଦରଲାଣ୍ଡ । ଏହି ମ୍ୟାଚରେ ସାଉଥ କୋରିଆକୁ ୧୨-୫ ଗୋଲରେ ପରାଜିତ କରିଥିଲା । ତେବେ ଆଜି ପଞ୍ଚମ ମ୍ୟାଚରେ କାନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଫ୍ରାନ୍ସଠାରୁ ପରାଜିତ ହେବା ପରେ ଆଜିର ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Leave a Reply