ଅନୁଗୁଳ ଓ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍

Junior Engineer Office of BDO Talcher In Vigilance Net

ଅନୁଗୁଳ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳେଚର ବ୍ଲକ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ରେଡର ନେତୃତ୍ୱ ୪ ଜଣ ଡିଏସପି ନେଉଥିବା ବେଳେ ଟିମରେ ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦ୍ୟସ ରହିଛନ୍ତି ।

ବିରଞ୍ଚିଙ୍କ ତାଳଚେର ଅଫିସ୍ ସହ ଅନୁଗୁଳ କୁମୁଡ଼ା ଘର, ଅନୁଗୁଳ ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏବେ ଚଢ଼ାଉ ଜାରି ରହିଥିବା ବେଳେ ଜବତ ସମ୍ପତ୍ତି ନେଇ ସୂଚନା ମିଳିପାରିନାହିଁ ।

Leave a Reply