ଅଜଣା ଗାଡି ଧକ୍କାରେ ଦୁଇଭାଇ ମୃତ

ଜୁନାଗଡ଼: ଅଜଣା ଗାଡି ଧକ୍କାରେ ଦୁଇଭାଇ ମୃତ । ମଙ୍ଗଳବାର ସନ୍ଧ୍ୟା ସମୟରେ ପୁଟିଆଚୁରା ଗାଁର ଦୁଇଭାଇ ଧନୁର୍ଯ୍ୟ ହେର୍ଣା ଏବଂ କିଶୋର ହେରଣା ଭୋଜିଖାଇ ବାଇକରେ ଗାଁକୁ ଫେରୁଥିବାବେଳେ ଘଟିଛି ଦୁର୍ଘଟଣା। ଜୁନାଗଡ ଥାନା ନକଟିଗୁଡ଼ା ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଦୁଇଭାଇଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନା ଆଣିବା ସମୟରେ ହିଁ ଧନୁର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା । କିଶୋରଙ୍କୁ ଡାକ୍ତରଖାନାକୁ ପହଞ୍ଚାଇବା ପରେ ଚିକିତ୍ସାଧିନ ଅବସ୍ଥାରେ ଏଠାରେ ତାଙ୍କ ମୃତ୍ୟୁ ଘଟିଛି ।