ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି
1 min readମୁମ୍ବାଇ: ବମ୍ବେ ହାଇକୋର୍ଟ ଶୁକ୍ରବାର ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡ଼ର ଜାରି କରିଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଆଯାଇଛି । ରିପୋର୍ଟ ଅନୁସାରେ ଆର୍ଯ୍ୟନଙ୍କ ଜାମିନଦାର ହୋଇଛନ୍ତି ଜୁହି । ଜୁହି ଚାଓ୍ୱଲା ବେଲ୍ ବଣ୍ଡ୍ ରେ ଦସ୍ତଖତ କରିଛନ୍ତି ।
ଜୁହିଙ୍କୁ ଶାହାରୁଖଙ୍କ ଖୁବ ନିକଟତର ବୋଲି କୁହାଯାଏ । ଉଭୟ ରାଜୁ ବନଗୟା ଜେଣ୍ଟଳମ୍ୟାନ୍,ଡର୍,ଡୁପ୍ଲିକେଟ୍,ୟେସ୍ ବସ୍, ଫିର ଭି ଦିଲ ହୈ ହିନ୍ଦୁସ୍ତାନୀ ଏବଂ ଭୂତନାଥ ଭଳି ଏକାଧିକ ଫିଲ୍ମରେ ନଜର ଆସିଛନ୍ତି ।
ଗୁରୁବାର ଆର୍ଯ୍ୟନ୍ ଖାନ୍, ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କୁ ଜାମିନ୍ ଦେଇଥିବା ବିଚାରପତି ଏମ.ଡବ୍ଲ୍ୟୁ ସାମ୍ବ୍ରେ ତାଙ୍କୁ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଅଧିକାରୀଙ୍କ ଅନୁମତି ବିନା ମୁମ୍ବାଇ ବା ଭାରତ ଛାଡ଼ି ନଯିବାକୁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ଏହି ବାବଦରେ କାହାକୁ କୌଣସି ସୂଚନା ନ ଦେବା, ସାର୍ବଜନୀନ ବୟାନ ନ ଦେବାକୁ କହିଛନ୍ତି କୋର୍ଟ । ଖାଲି ସେତିକି ନୁହେଁ ବରଂ ପ୍ରତି ଶୁକ୍ରବାର ଦିନ ୨ଟାରେ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ହେବାପାଇଁ କୁହାଯାଇଛି ।
ଏହା ବ୍ୟତୀତ କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ମୋକଦ୍ଦମାରେ ବିଳମ୍ବ ନକରିବାକୁ ଆଦେଶ ଦିଆଯାଇଛି ।
[DISPLAY_ULTIMATE_SOCIAL_ICONS]