ଏହି କାରଣରୁ ନିଜ ବିବାହକୁ ୬ ବର୍ଷ ଧରି ଲୁଚାଇ ରଖିଥିଲେ ଜୁହି ଚାୱଲା

1 min read

ନୂଆଦିଲ୍ଲୀ: ଜୁହି ଚାୱଲା ଜଣେ ଏମିତି ଅଭିନେତ୍ରୀ, ଯିଏ ଏବେ ସିଲଭର ସ୍କ୍ରିନରେ ଖୁବ କମ ନଜର ଆସୁଛନ୍ତି କିନ୍ତୁ ନିଜ କ୍ୟାରିୟରରେ ସେ ଦର୍ଶକଙ୍କୁ ଏମିତି କିଛି ଫିଲ୍ମ ପେଟି ଦେଇଛନ୍ତି ଯାହା ଦର୍ଶକଙ୍କ ମନରୁ କେବେ ଲିଭିବ ନାହିଁ । ଟପ୍ ଅଭନେତ୍ରୀଙ୍କ ମଧ୍ୟରୁ ଗଣା ଜୁହି ଚାୱଲା ଅନେକ ବର୍ଷ ଧରି ଲାଇମଲାଇଟ ଏବଂ ପପ୍ୟୁଲାରିଟୀକୁ ଭରପୂର ଉପଭୋଗ କରିଛନ୍ତି । ଏମିତିରେ ସେ ବିବାହିତା ଥିବା କଥା ସମସ୍ତଙ୍କୁ ଚକିତ କରିଥିଲା । କାହାକୁ ଏହି ବିଷୟରେ ଜଣାନଥିଲା ଯେ ଏହି ଅଭିନେତ୍ରୀ ଜଣଙ୍କ ନିଜ ଜୀବନର ଏତେ ବଡ଼ ସତ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ ।

ବାହାଘରର ପ୍ରାୟ ଦୁଇ ଦଶନ୍ଧି ପରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଅଭିନେତ୍ରୀ ଜଣଙ୍କ ନିଜ ବିବାହକୁ ଲୁଚାଇ ରଖିବା ପଛର କାରଣ ସମସ୍ତଙ୍କ ସହ ସେୟାର କରିଛନ୍ତି । ଇଣ୍ଟରଭ୍ୟୁରେ ସେ ଯାହା କହିଛନ୍ତି ତାହା ଆଜିର ନାରୀ ଅତି ସହଜରେ ରିଲେଟ କରିପାରିବେ ।

ଜାଣନ୍ତୁ କଣ କହିଥିଲେ ଜୁହି-

ଜୁହିଙ୍କ ସହ ତାଙ୍କ ସ୍ୱାମୀ ଜୟ ମେହତାଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ ଠାରୁ କମ ନଥିଲା । ଯେଉଁ ସମୟରେ ଏହି ଅଭିନେତ୍ରୀଙ୍କୁ ଇମୋସନଲ ସପୋର୍ଟର ଅଧିକ ଆବଶ୍ୟକତା ଥିଲା ଠିକ ସେତିକି ବେଳେ ଜୟ ମେହତା ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ କେବେବି ଜୁହିଙ୍କୁ ଏକୁଟିଆ ଛାଡ଼ି ନଥିଲେ ଏବଂ ସବୁବେଳେ ତାଙ୍କର ଜଣେ ଦୃଢ଼ ସପୋର୍ଟର ଭାବେ ପଛରେ ଛିଡ଼ା ହୋଇଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଏହାକୁ ଲୋକଲୋଚନକୁ ଆସିବାକୁ ଦେଇନଥିଲେ ।

ନିଜ ବିବାହକୁ କାହିଁକି ଲୁଚାଇ ରଖିଥିଲେ ସେ ବାବବଦରେ ଜୁହି ଏକ ଇଣ୍ଟରଭ୍ୟୁରେ କହିଥିଲେ ।  ସେ କହିଥିଲେ ଯେ, ସେ ସମୟରେ ହିରୋଇନ ମାନେ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଯାଉଥିବା ମନେ କରାଯାଉଥିଲେ । ଜୁହି ସେହି ସମୟରେ ନିଜ କ୍ୟାରିୟରର ପିକରେ ଥିଲେ । ଏମିତିରେ ସେ ଅଭିନୟ ସହ କୌଣସି ସାଲିସ ନକରି ଏହାକୁ ଆଗକୁ ବଢ଼ାଇବାକୁ ଚାହୁଥିଲେ । ସେଥିପାଇଁ ସେ ୬ ବର୍ଷ ଧରି ନିଜ ବିବାହକୁ ସର୍ବସମତରେ ପ୍ରକାଶ କରିନଥିଲେ ।

ଅନେକ ମହିଳା ଏହି ସମସ୍ୟା ଦେଇ ଗତି କରନ୍ତି

ଯଦିଓ ମହିଳାମାନେ ଆଧୁନିକ ସମାଜରେ ବଡ଼ ବଡ଼ ପୋଷ୍ଟରେ ଚାକିରି କରି ଏହାକୁ ଉପଭୋଗ କରୁଛନ୍ତି,  କିନ୍ତୁ ଏହାକୁ ମଧ୍ୟ ସ୍ୱୀକାର କରାଯାଇପାରିବ ଯେ, ବିବାହ କିମ୍ବା ଗର୍ଭଧାରଣ ସେମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିଥାଏ । ଏହିପରି ଅନେକ ମହିଳା ଆପଣଙ୍କ ଚତୁର୍ପାଶ୍ୱରେ ଥିବେ ଯେଉଁମାନେ ଏହି କାରଣରୁ ପୁରୁଷ ସହକର୍ମୀଙ୍କ ଅପେକ୍ଷା କମ୍ ସୁଯୋଗ ପାଇଥାନ୍ତି, କାରଣ ସେ ବିବାହିତା କିମ୍ବା ଗର୍ଭବତୀ ଥାଆନ୍ତି ।

କେବଳ ସେତିକି ନୁହେଁ ଆଜି ମଧ୍ୟ ଅନେକ କମ୍ପାନୀ ମହିଳା ମାନଙ୍କୁ ତାଙ୍କ ପୁରୁଣା ଜବ୍ ସହିତ ବିବାହ ଏବଂ ପ୍ରେଗନାନ୍ସି ପର୍ଯ୍ୟନ୍ତ ପ୍ଲାନ ପଚାରିଥାନ୍ତି । କମ୍ପାନୀକୁ ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼ୁ ବୋଲି ଏହିଭଳି ପ୍ରଶ୍ନ ପଚରାଯାଇଥାଏ ।

ପରିବର୍ତ୍ତନର ଆବଶ୍ୟକତା

କିଛି ମହିଳା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ସମସ୍ୟା ପାଇଁ କ୍ୟାରିୟର ସହ କମପ୍ରୋମାଇଜ କରିଥାନ୍ତି, ଅନ୍ୟପଟେ ଏମିତି କିଛି ମହିଳା ଅଛନ୍ତି ଯିଏକି ଏହି ଆଭିମୁଖ୍ୟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଯଦି ଆମେ ବଲିଉଡର କଥା କହିବା ତେବେ କରୀନା କପୁର ଏହାର ଏକ ବଡ଼ ଉଦାହରଣ । ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ନିଜ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡ଼ିବାକୁ ଦେଇନଥିଲେ ।

ଲିଭ ଇନରେ ରହିବା ପରେ ଜଣେ ଛାଡ଼ପତ୍ର ହୋଇଥିବା ବ୍ୟକ୍ତିକୁ ବିବାହ କରିବା ହେଉ କିମ୍ବା ନିଜ କ୍ୟାରିୟରର ପିକରେ ଥାଇ ମାଆ ହେବାର ନିଷ୍ପତ୍ତି । ବେବୋ ନିଜ ପ୍ରେଗନାନ୍ସି ସମୟରେ ମଧ୍ୟ କାମ କରିବା ଛାଡ଼ିନଥିଲେ । କେବଳ ସେତିକି ନୁହେଁ ସେ ଏମିତି ଏକ ଉଦାହରଣ ସୃଷ୍ଟି କରିଥିଲେ, ଯେଉଁଥିରେ ସେ ସାବ୍ୟସ୍ତ କରିଥିଲେ ଯେ, ପ୍ରେଗନାନ୍ସି ସମୟରେ ମଧ୍ୟ ଆପଣ ଖୁବ ଷ୍ଟାଇଲିସ ଦେଖାଯାଇପାରିବେ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତ୍ମବିଶ୍ୱାସ

କ୍ୟାରିୟରରେ ଆସୁଥିବା ସମସ୍ୟାକୁ ସାମ୍ନା କରିବା ଏବଂ ନିଜକୁ ଏହି ପୁରୁଷ ପ୍ରାଧାନ୍ୟ ସମାଜରେ ସାବ୍ୟସ୍ତ କରିବା ପାଇଁ ସବୁଠୁ ଜରୁରୀ ଜିନିଷ ହେଉଛି ଆତ୍ମବିଶ୍ୱାସ । ଯଦି ନିଜ ଉପରେ ଆତ୍ମବିଶ୍ୱାସ ଅଛି ତେବେ ଯେତେ ବଡ଼ ସମସ୍ୟା ଆସୁପଛେ ତାକୁ ସାମ୍ନା କରିବାର ସାମର୍ଥ୍ୟ ଆସିବ । ଅନ୍ୟପଟେ ନିଜ ଉପରେ ସନ୍ଦେହ କରିବା ଏବଂ ଅନ୍ୟ ତୁଳନାରେ ନିଜକୁ କମ ଭାବିବା ଦ୍ୱାରା ଆତ୍ମବିଶ୍ୱାସ ଉପରେ ଆଘାତ ପହଞ୍ଚିଥାଏ ଏବଂ ଏହା ସଫଳତା ରାସ୍ତାରେ ବାଧା ସୃଷ୍ଟି କରିଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ନିଜ ଆତ୍ମବିଶ୍ୱାସକୁ ଭାଙ୍ଗିବା ଉଚିତ ନୁହେଁ ।

Leave a Reply