ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ଅପରାଜିତା: ଯୁଗାଂଶୁ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡା । ଦୁଇଦିନ ତଳେ ଅପରାଜିତା ଯୁଗାଂଶୁଙ୍କୁ ଟିକେଟ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଦୁଇଦିନ ତଳେ ବିଜେପିରେ ସାମିଲ ହୋଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ଦେଇଛି ଦଳ । ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କ ଉପରେ ବର୍ଷିବା ସହ ଅସନ୍ତୋଷ ବଖାଣିଛନ୍ତି ଯୁଗାଂଶୁ । ସେ କହିଛନ୍ତି ସାଂସଦ ଅପରାଜିତାଙ୍କ ପ୍ରତିନିଧି ଭାବେ ସେ ଦୀର୍ଘବର୍ଷ ଧରି କାମ କରିଛନ୍ତି । ପ୍ରାର୍ଥୀ କରିବାକୁ ଅପରାଜିତା ତାଙ୍କୁ ପ୍ରତିଶୃତି ଦେଇଥିଲେ । ଏପରିକି ଗତ ୨୮ ତାରିଖରେ ଟିକେଟ ମିଳିବ ବୋଲି ସେ କହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅନ୍ଯ ଦଳରୁ ନେତାଙ୍କୁ ଆଣି ରାତିଅଧିଆ ଡିଲ୍ କରି ଟିକେଟ ଦେଇଦେଲେ ବୋଲି ସେ ଅଭିଯୋଗ କରିଛନ୍ତି ।