ଖୁବଶୀଘ୍ର ନ୍ୟାୟିକ ଅଧିକାରୀଙ୍କୁ ମିଳିବ ବର୍ଦ୍ଧିତ ବେତନ 

ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କୁ ଆଶ୍ବସ୍ତି  । ଖୁବଶୀଘ୍ର ମିଳିବ ବର୍ଦ୍ଧିତ ବେତନ  । ୧ ଜାନୁଆରୀ ୨୦୧୬ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ  । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି  । ପ୍ରଥମ ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦିଆଯିବ  । ଏହାର ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦରମା ୩୦ ଜୁନ ୨୦୨୩ ସୁଦ୍ଧା ମିଳିପାରିବ  ।

ଏହାପୂର୍ବରୁ ତେଲେଙ୍ଗାନାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ବିଚାରପତି ଏନଭି ରମଣ କହିଥିଲେ ଯେ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ବିତ୍ତୀୟ କଲ୍ୟାଣ ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ଖୁବଶୀଘ୍ର ବେତନ ଆୟୋଗ ସମ୍ବନ୍ଧିତ ପ୍ରସଙ୍ଗରେ ନ୍ୟାୟିକ ଅଧିକାରୀଙ୍କୁ ଖୁସି ଖବର ମିଳିବ  ।

ସପ୍ତମ ବେତନ ଆୟୋଗଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାରଙ୍କ କର୍ମଚାରୀ (୧ ଜାନୁଆରୀ ୨୦୧୬) ବର୍ଦ୍ଧିତ ବେତନ ଲାଗୁ ହେବ  । ଗତ ୨୦୦୬ରେ ଜିଲ୍ଲା ନ୍ୟାୟପାଳିକାଙ୍କ ନ୍ୟାୟାଧୀଶଙ୍କ ବେତନ ସଂଶୋଧନ କରାଯାଇଥିଲା । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟପାଳିକାଙ୍କ ବେତନ, ସେବା, ସର୍ତ୍ତ ଆଦିର ସମୀକ୍ଷା କରି ୨୦୧୭ରେ ଦ୍ବିତୀୟ ରାଷ୍ଟ୍ରୀୟ ନ୍ୟାୟିକ ବେତନ ଆୟୋଗର ଗଠନ କରିଥିଲେ ।

ଏହା ବିରୁଦ୍ଧରେ କେତେକ ରାଜ୍ୟ ଆପତ୍ତି ଉଠାଇଥିଲେ  । ନ୍ୟାୟପାଳିକା ବର୍ଗ ଅଲଗା ହୋଇଥିବା ସେମାନେ ଦାବି କରିଥିଲେ  । ସଂଶୋଧିତ ନିୟମ ଲାଗୁ ହୋଇଥିଲେ କିଛି ସ୍ତରର ନ୍ୟାୟିକ ଅଧିକାରୀଙ୍କୁ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ଅଧିକାରୀଙ୍କ ବେତନ ଠାରୁ ଅଧିକ ପ୍ରାପ୍ୟ ମିଳିଥାନ୍ତା  ।