ଜଙ୍ଗଲରୁ ମିଳିଲା ଫେରାର ଜୁଆଡିର ମୃତଦେହ

ସୁନ୍ଦରଗଡ଼: ଜଙ୍ଗଲରୁ ମିଳିଲା ଫେରାର ଜୁଆଡିର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ରାତିରେ ସୁନ୍ଦରଗଡ଼ ତଳସରା ଥାନା ଅଞ୍ଚଳରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ତଳସରା ପୋଲିସ। ସେଠାରୁ ୬ ଟି କାର, ୨୦ ହଜାର ନଗଦ ଟଙ୍କା ସହ ମୋବାଇଲ ଜବତ ହୋଇଛି । ଚଢାଉରେ ଜଣେ ଜୁଆଡି ଧରାପଡିଥିବା ବେଳେ ଅନ୍ୟ ଜୁଆଡିମାନେ ଫେରାର ହୋଇ ଯାଇଥିଲେ । ତେବେ କିଛି ସମୟ ପରେ ନିକଟ ଜଙ୍ଗଲରେ ମହମ୍ମଦ ଫୈଜାଲ ନାମକ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବକ ଜଣକର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ସୁନ୍ଦରଗଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି ।