ଜେ.ପି ନଡ୍ଡା ବିଜେପି ରାଷ୍ଟ୍ରୀୟ ସଭାପତି !: ଘୋଷଣାକୁ ଅପେକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦ ପ୍ରସାଦ ନଡ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ଜେ.ପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଆଜି ନାମଙ୍କନ କରିଛନ୍ତି । ଆଉ କେହି ନାମାଙ୍କନ ଭରିବା ନେଇ ଆଶାକରାଯାଉନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚୟ । ସନ୍ଧ୍ୟା ସୁଦ୍ଧା ନାମ ଘୋଷଣା କରାଯିବା ନେଇ ଆଶା କରାଯାଉଛି । ଏଥିସହିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନୂଆ ଅଧ୍ୟକ୍ଷକଙ୍କୁ ସମ୍ମାନୀତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ ପରେ ଅମିତ ଶାହା ଦଳର ସଭାପତି ପଦବୀ ଛାଡ଼ିବେ ବୋଲି କୁହାଯାଇଥିଲା । କିନ୍ତୁ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନଥିବାରୁ ଶାହାଙ୍କ କାର୍ଯ୍ୟକାଳ ବଢ଼ାଯିବା ସହ ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତିଭାବେ ନିଯୁକ୍ତି ଦିଆଯାଇଥିଲା । ନାମାଙ୍କନ ପତ୍ର ଦାଖଲ ବେଳେ ଅମିତ ଶାହା, ରାଜନାଥ ସିଂହ ଓ ନୀତୀନ ଗଡ଼କରୀଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ ।

Leave a Reply